Saturday, July 13, 2024

Logo
Loading...
google-add

ପରଲୋକରେ ସାହାରା ଗ୍ରୁପର ମୁଖ୍ୟ ସୁବ୍ରତ ରାୟ

| 10:37 AM, Wed Nov 15, 2023

ଓଡ଼ିଶା 365 (ବ୍ୟୁରୋ): ସକାଳୁ ସକାଳୁ ଏକ ଦୁଃଖଦ ଖବର ଆସି ପହଞ୍ଚୁଛି । ସାହାରା ଇଣ୍ଡିଆ ଗ୍ରୁପର ମୁଖ୍ୟ ସୁବ୍ରତ ରାୟଙ୍କ ପରଲୋକ ହୋଇଛି । ୭୫ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ । ୧୯୪୮ ମସିହାରେ ବିହାରର ଆରାରିଆରେ ଜନ୍ମ ହୋଇଥିଲେ ସୁବ୍ରତ ରାୟ ସାହାରା । ଦେଶ ସାରା ସେ ସାହାରାଶ୍ରୀ ନାଁରେ ବେଶ ପରିଚିତ ଥିଲେ । ଜଣେ ପ୍ରମୁଖ ବ୍ୟବସାୟୀ ଭାବେ ତାଙ୍କର ବେଶ ନାଁ ଥିଲା । ଆସନ୍ତାକାଲି ତାଙ୍କର ଅନ୍ତିମ ସଂସ୍କାର ହେବ ।

ସୁବ୍ରତ ରାୟଙ୍କ ଜୀବନଶୈଳୀ ଉପରେ ଯଦି ନଜର ପକାଇବା ତେବେ, ସୁବ୍ରତ ରାୟ ମେକାନିକଲ ଇଞ୍ଜିନିୟର ଭାବେ ଚାକିରୀ ଜୀବନ ଆରମ୍ଭ କରିଥିବା ସୁବ୍ରତ ପରବର୍ତୀ ସମୟରେ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ଦେଶରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ତାଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା ସାହାରା ଇଣ୍ଡିଆ ପରିବାର । ପରବର୍ତୀ ସମୟରେ ସାହାରା ସାରା ଦେଶରେ ବେଶ ନାଁ କମାଇଥିଲା । ତେବେ ପରେ ସେବି ସହ ବିବାଦ କାରଣରୁ ସାହାରା ଗ୍ରୁପର ଅଡୁଆ ବଢିଥିଲା । ମାମଲା ସୁପ୍ରିମକୋର୍ଟ ବି ଯାଇଥିଲା । ଶେଷରେ ଆଜି ତାଙ୍କର ଦେହାନ୍ତ ହୋଇଛି ।

  • Trending Tag

  • No Trending Add This News
google-add
google-add
google-add

ଟପ୍ ମିଡିଲ ନ୍ୟୁଜ୍

ବଡ଼ କଥା

google-add
google-add
google-add

ବ୍ଲଗ୍

google-add
google-add