Sunday, January 19, 2025

Logo
Loading...
google-add

ଘରର କେଉଁ ଦିଗରେ ରଖିବେ ମଇଳା ପୋଷାକ; ଜାଣନ୍ତୁ କ’ଣ କହୁଛି ବାସ୍ତୁ ଶାସ୍ତ୍ର

| 18:03 PM, Mon Nov 13, 2023

ଓଡ଼ିଶା 365 (ବ୍ୟୁରୋ):ବାସ୍ତୁ ଶାସ୍ତ୍ରରେ ଅନେକ ନିୟମ ବର୍ଣ୍ଣନା କରାଯାଇଛି। ଯାହାର ପାଳନ କରିବା ଦ୍ୱାରା ନକରାତ୍ମକ ଶକ୍ତି ଦୂର ହେବା ସହ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଜୀବନରେ ଥିବା ଅନେକ ସମସ୍ୟାର ସମାଧାନ ହେବା ସହ ଧନସମ୍ପତ୍ତି ବୃଦ୍ଧି ହୋଇଥାଏ। ବାସ୍ତୁ ଅନୁଯାୟୀ, ସ୍ୱତନ୍ତ୍ର ଦିଗରେ ପୋଷାକ ରଖିବା ଦ୍ୱାରା ଏହାର ପ୍ରଭାବ ପଡିଥାଏ। ଘରେ ପୋଷାକ ରଖିବା ଶୈଳୀ ଜୀବନରେ ଅନେକ ପ୍ରଭାବ ପକାଇଥାଏ ।ଅନେକ ସମୟରେ ଏପରି ହୋଇଥାଏ, କର୍ମବ୍ୟସ୍ତତା ମଧ୍ୟରେ ଅନେକ ପୋଷାକ ଏଣେତେଣେ ଫିଙ୍ଗି ଦେଇଥାଆନ୍ତି କିମ୍ବା ରଖି ଥାଆନ୍ତି। ମାତ୍ର ଜାଣନ୍ତୁ କେଉଁ ଦିଗରେ ପୋଷାକ ରଖିବା ଉଚିତ୍‌‌ ।

ସଫା ପୋଷାକକୁ ସର୍ବଦା ଉତ୍ତର କିମ୍ବା ପୂର୍ବ ଦିଗରେ ରଖନ୍ତୁ। ଉତ୍ତର ଦିଗ ଧନର ଦେବତା କୁବେରଙ୍କ ଦିଗ। ଏହି ଦିଗରେ ସଫା ପୋଷାକ ରଖିବା ଦ୍ୱାରା ଧନ ସଞ୍ଚୟ ହେବା ସହ ଶୁଭଫଳ ମିଳିଥାଏ। ଦିଗରେ ରଖିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହେବା ସହ ସକରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ପୂର୍ବ-ଉତ୍ତର ଦିଗରେ ଅପରିଷ୍କାର ପୋଷାକ ରଖିବା ଉଚିତ୍‌‌ ନୁହେଁ। ଏହି ଦିଗ ବୃହସ୍ପତିଙ୍କ ସହ ଜଡିତ। ବୃହସ୍ପତି ଉତ୍ତମ ବୃଦ୍ଧି ଓ ସ୍ୱାସ୍ଥ୍ୟର ପ୍ରତୀକ। ଏହି ଦିଗରେ ଅପରିଷ୍କାର ପୋଷାକ ରଖିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।

ଶାସ୍ତ୍ର ଅନୁଯାୟୀ, ଉତ୍ତର ଦିଗ ଧନର ଦେବତା କୁବେରଙ୍କ ସହ ଜଡିତ। ଏହି ଦିଗରେ ଅପରିଷ୍କାର ପୋଷାକ ରଖିବା ଦ୍ୱାରା ଅର୍ଥହାନୀ ହେବା ସହ ସମସ୍ୟା ଲାଗି ରହିଥାଏ। ଧାର୍ମିକ ମାନ୍ୟତା ଅନୁଯାୟୀ,ପୂର୍ବ ଦିଗ ସବୁଠାରୁ ମହତ୍ତ୍ୱ ପୂର୍ଣ୍ଣ। ଏହା ସୂର୍ଯ୍ୟଦେବତାଙ୍କ ଦିଗ। ଏହି ଦିଗରେ ଅପରିଷ୍କାର ପୋଷାକ ରଖିବା ଦ୍ୱାରା ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ।

  • Trending Tag

  • No Trending Add This News
google-add
google-add
google-add

ଟପ୍ ମିଡିଲ ନ୍ୟୁଜ୍

ବଡ଼ କଥା

google-add
google-add
google-add

ରାଜନୀତି

google-add
google-add