Thursday, December 05, 2024

Logo
Loading...
google-add

ବଢୁଛି ଆପ୍ ଟେନସନ୍ ; ଜେଲ୍ ଯିବେ କେଜ୍ରିୱାଲ

| 12:51 PM, Thu Nov 02, 2023

ଓଡ଼ିଶା 365(ବ୍ୟୁରୋ): ଆପ୍ ଆଦମୀ ପାର୍ଟିର ଫିଛା ଛାଡୁନି ମଦ। ଅବକାରୀ ଦୁର୍ନୀତି ମାମଲାରେ ଫସୁଛନ୍ତି ଆପ୍ ଦଳର ହାଇପ୍ରୋଫାଇଲ୍ ନେତା। ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ, ସାଂସଦ ସଂଜୟ ସିଂ ଗିରଫ ହୋଇ ଜେଲରେ ଦିନ କାଟୁଛନ୍ତି। ସୁପ୍ରିମକୋର୍ଟ ମଧ୍ୟ ସିସୋଦିଆଙ୍କ ବେଲ୍ ଆବେଦନକୁ ଖାରଜ କରିଛନ୍ତି। ସ୍ୱଚ୍ଛତାର ବାର୍ତ୍ତା ବାଣ୍ଟୁଥିବା ଆପ୍ ପାଲଟିଛି ଦୁର୍ନୀତି ଗନ୍ତାଘର। ଲୋକଙ୍କୁ ବିଭ୍ରାଟ କରି ମାଗଣା ଯୋଜନା ଦେଇ ଭୋଟ୍ ହାତେଇବା ପରେ ଦଳର ଦୁର୍ନୀତି ପେଡ଼ି ଏବେ ଧିରେ ଧିରେ ଖୋଲୁଛି। ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅବକାରୀ ଦୁର୍ନୀତି ମାମଲାରେ ଇଡି ସମନ କରିଛି। ଯାହାକୁ ନେଇ ଦିଲ୍ଲୀ ଦରବାର ପୁରା ହୁଲସ୍ତୁଲ। ଆଜି କେଜ୍ରିୱାଲ ଇଡି କାର୍ଯ୍ୟାଳୟରେ ହାଜର ହେବେ ବୋଲି ଶୁଣାଯାଉଥିଲା। ମାତ୍ର ଏକ ରାଲିରେ ଯୋଗଦେବାକୁ ଥିବାରୁ ଆଜି ଇଡି ନିକଟରେ ସେ ହାଜର ହେବେନାହିଁ । ଏହାରି ମଧ୍ୟରେ ଚର୍ଚ୍ଚା ହେଉଛି ଜେରା ପୂର୍ବରୁ କୁଆଡେ ଗିରଫ ହୋଇ ପାରନ୍ତି କେଜ୍ରିୱାଲ । ଏହି ମାମଲାରେ ଏପ୍ରିଲରେ ସିବିଆଇ ଅରବିନ୍ଦ କେଜ୍ରିୱାଲଙ୍କୁ ପଚରାଉଚରା କରିଥିଲା ଆଉ ଏବେ ଇଡି।

୨୦୨୦ ନଭେମ୍ବର ୧୭ରେ ଦିଲ୍ଲୀରେ ନୂଆ ଅବକାରୀ ନୀତି ଲାଗୁ କରାଯାଇଥିଲା । ତେବେ ମଦ ମାଫିଆଙ୍କୁ ଅହେତୁକ ଅନୁକମ୍ପା ଦେଖାଇବା ଆପ୍ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଯଦି ଆପ୍ ମୁଖ୍ୟଙ୍କୁ ଇଡି ଗିରଫ କରୁଛି,କଣ ହେବ ଆପ୍ ର ଭବିଷ୍ୟତ। କାରଣ ମୁଖିଆ ଗିରଫ ହେବାପରେ ଦଳ ଭାଙ୍ଗିଯିବାର ସମ୍ଭାବନା ରହିଛି । କାରଣ ଦଳର ମଙ୍ଗ କିଏ ଧରିବ ତାହା କହିବା କଷ୍ଟକର । ଆପ୍ ଦଳର କିଏ ହେବ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। କେଜ୍ରିୱାଲ ତାଙ୍କ ପତ୍ନୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଥିବା ବି ଜୋରଦାର ଚର୍ଚ୍ଚା ହେଉଛି। ତେବେ ଯଦି ଆପ୍ ମୁଖ୍ୟ ଏଭଳି ନିଷ୍ପତି ନିଅନ୍ତି ତେବେ ନେତା ଗ୍ରହଣ କରିପାରିବେ କି ନାହିଁ ତାହା ମଧ୍ୟ ବଡ଼ ପ୍ରଶ୍ନ। ଅନ୍ୟପଟେ ଗଣମାଧ୍ୟକୁ ଅତିଶୀ କହିଛନ୍ତି ଆପ୍ ନେତାଙ୍କୁ ଜେଲକୁ ପଠାଇ ଦଳକୁ ଧ୍ୱଂସ କରିବାକୁ ଚେଷ୍ଟା କରୁଛି ବିଜେପି। ନିର୍ବାଚନରେ କେଜ୍ରିୱାଲଙ୍କୁ ପରାସ୍ତ କରିବାରେ ସକ୍ଷମ ହୋଇ ନ ଥିବାରୁ ବିଜେପି ଆପ୍‌ ବିରୋଧରେ ଏଭଳି ଚେଷ୍ଟା ଚଳାଉଥିବା କଥା କହୁଛି। ସେପଟେ ବିଜେପି ନେତାଙ୍କ କିଛି ପ୍ରତିକ୍ରିୟା ମିଳିପାରିନାହିଁ ।

  • Trending Tag

  • No Trending Add This News
google-add
google-add
google-add

ଟପ୍ ମିଡିଲ ନ୍ୟୁଜ୍

ଲାଟେଷ୍ଟ ଅପଡେଟ୍

google-add
google-add
google-add

ବ୍ଲଗ୍

google-add
google-add