Thursday, April 25, 2024

Logo
Loading...
google-add

ମଦ ବ୍ୟବସାୟକୁ ନେଇ ଯୁବକଙ୍କୁ ହତ୍ୟା !

Rasmi Ranjan Rout | 12:41 PM, Mon Nov 06, 2023

ଓଡ଼ିଶା 365 (ବ୍ୟୁରୋ): ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଏକଘରିଆ ଗାଁ ନିକଟରେ ବିଲରୁ ମିଳିଲା ଯୁବକଙ୍କ ମୃତଦେହ। ମୃତକ ନତଡା ଗାଁର ରତନ ନାଏକ ବୋଲି ଜଣାପଡିଛି । ରତନ ଗତ ଶନିବାର ଦିନଠାରୁ ଘରୁ କେଉଁଆଡୁ ନିଖୋଜ ହୋଇଯାଇଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ନିରାଶ ହୋଇଥିଲେ । ଆଜି ସକାଳେ ଗାଁ ନିକଟ ଏକ ବିଲ ମଧ୍ୟରୁ ରତନଙ୍କର ମୃତଦେହ ଉଦ୍ଧାର ହୋଇଛି । ଏ ନେଇ ପରିବାର ଲୋକ ଅନୁଗୁଳ ପୋଲିସକୁ ଅବଗତ କରାଇଥିଲେ । ଏହାପରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି। 

ରତନଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ରତନ ଏକଘରିଆ ଗାଁରେ ରହି ଦେଶୀ ମଦ ବ୍ୟବସାୟ କରିଥାନ୍ତି । ଜଣେ ବ୍ୟକ୍ତି ରତନଙ୍କୁ ପାଉଚ ମଦ ବିକ୍ରି କରିବାକୁ କହିଥିଲେ । ହେଲେ ସେ ରାଜି ହୋଇନଥିଲେ । ଫଳରେ ତାକୁ ନେଇ ରତନ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ସହ ରତନଙ୍କୁ ଧମକ ଦେଇଥିଲେ । ତେଣୁ ମଦ ଵ୍ୟଵସାୟକୁ ନେଇ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ମୃତକଙ୍କ ସ୍ତ୍ରୀ ସନ୍ଦେହ ପ୍ରକଟ କରିଛନ୍ତି ।

  • Trending Tag

  • No Trending Add This News
google-add
google-add
google-add

ଟପ୍ ମିଡିଲ ନ୍ୟୁଜ୍

ଲାଟେଷ୍ଟ ଅପଡେଟ୍

google-add
google-add
google-add

ବ୍ଲଗ୍

google-add
google-add