ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ଚିରନିଦ୍ରାରେ ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି
ଓଡ଼ିଶା365(ବ୍ୟୁରୋ): ଆଉ ନାହାନ୍ତି ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା । ବ୍ରେନ ଷ୍ଟୋକରେ ଆକ୍ରାନ୍ତ ହୋଇ ଅସୁସ୍ଥ ହୋଇଯିବା ପରେ ଗତ ୧ ତାରିଖରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡାକ୍ତରଙ୍କ ବହୁ ଉଦ୍ୟମ ସତ୍ୱେ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିନଥିଲା। ମହେଶ୍ୱର ମହାନ୍ତିଙ୍କ ଦେହାନ୍ତରେ ରାଜନୈତିକ ଜଗତରେ ଶୋକର ଛାୟା ଖେଳିଯାଇଛି । ମହେଶ୍ବର ମହାନ୍ତିଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ନବୀନ। ମହେଶ୍ବର ଜଣେ ଲୋକ ପ୍ରିୟ ଜନନେତା ଭାବରେ ସୁନାମ ଅର୍ଜନ କରିଥିଲେ। ପୁରୀ ଅଞ୍ଚଳର ବିକାଶରେ ତାଙ୍କର ଭୂମିକା ତାଙ୍କୁ ଅମର କରି ରଖିବ । ବାଚସ୍ପତି ଭାବରେ ଉଚ୍ଚ ଗଣତାନ୍ତ୍ରିକ, ସଂସଦୀୟ ପରମ୍ପରା ପ୍ରତିଷ୍ଠା ପାଇଁ ନିଜର ଅବଦାନ ରଖି ଯାଇଛନ୍ତି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ।
ମହେଶ୍ୱର ମହାନ୍ତିଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମନ୍ଦ୍ର ପ୍ରଧାନ। ବିଶେଷ ଭାବରେ ଲମ୍ବା ସମୟ ଧରି ଜନପ୍ରତିନିଧି ଭାବରେ ପୁରୀବାସୀଙ୍କ ପାଇଁ ସେ କରିଥିବା କାର୍ଯ୍ୟ ସବୁ ଦିନ ପାଇଁ ମନେରହିବ । ତାଙ୍କ ସହ ମୋର ବ୍ୟକ୍ତିଗତ ସମ୍ପର୍କ ବହୁତ ଘନିଷ୍ଠ ଥିଲା । ମୁଁ ତାଙ୍କ ଠାରୁ ୨୦୦୪ ମସିହାରେ ଓଡ଼ିଶା ବିଧାନସଭାର ସମ୍ମାନଜନକ “ଉତ୍କଳମଣି ଗୋପବନ୍ଧୁ ପ୍ରତିଭା - ୨୦୦୩” ପୁରସ୍କାର ଗ୍ରହଣ କରିଥିଲି ବୋଲି ଧର୍ମେନ୍ଦ୍ର କହିଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି। ଏମାନଙ୍କ ସମେତ ବହୁ ନେତା ମଧ୍ୟ ଶୋକବ୍ୟକ୍ତ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
୧୯୫୬ ଫେବ୍ରୁଆରୀ ୨୬ ତାରିଖରେ ପୁରୀରେ ମହେଶ୍ବର ମହାନ୍ତିଙ୍କ ଜନ୍ମ। ଜଣେ ରାଜନୀତି ବିଜ୍ଞାନ ଓ ଆଇନ ଛାତ୍ର ଥିଲେ ମହେଶ୍ବର। ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରୁ ସେ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ପରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଥିଲେ । ପେଶାରେ ସେ ଥିଲେ ଜଣେ ଆଇନଜୀବୀ। ପରବର୍ତ୍ତୀ ସମୟରେ ସେ ରାଜନୀତିରେ ପାଦ ଦେଇଥିଲେ। ଅବଶ୍ୟ ସେ ଛାତ୍ର ଜୀବନରୁ ରାଜନୀତି କରି ୧୯୭୩ରେ ପୁରୀ ଏସସିଏସ କଲେଜ ଛାତ୍ର ସଂସଦ ନିର୍ବାଚନରେ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ। ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟରେ ମଧ୍ୟ ଓଡିଆ ସୋସାଇଟିର ଥିଲେ ସାଧାରଣ ସମ୍ପାଦକ। ୧୯୭୮ରେ ସେ ପୁରୀ ପୌର ପରିଷଦର କାଉନସିଲ ଭାବେ ନିର୍ବାଚିତ ହୋଇ ପ୍ରତ୍ୟକ୍ଷ ରାଜନୀତିରେ ପାଦ ଥାପିଥିଲେ। ପରେ ୧୯୮୫ରୁ ୧୯୯୦ ଓ ୧୯୯୨ରୁ ୧୯୯୫ ପର୍ଯ୍ୟନ୍ତ ଦୁଇ ଦୁଇ ଥର ପୁରୀ ପୌରପରିଷଦର ଅଧ୍ୟକ୍ଷ ହୋଇଥିଲେ। ୧୯୯୪ ମସିହାରୁ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ଥିଲେ।
୧୯୯୫ ମସିହାରେ ଜନତା ଦଳ ଟିକେଟରେ ପୁରୀ ବିଧାନସଭାରୁ ନିର୍ବାଚିତ ହୋଇ ପ୍ରଥମେ ବିଧାୟକ ହୋଇଥିଲେ ମହେଶ୍ୱର । ଏହାପରେ ବିଜେଡି ଟିକେଟରେ ୨୦୦୦, ୨୦୦୪, ୨୦୦୯, ୨୦୧୪ରେ ପୁରୀ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। କ୍ରମାଗତ ଭାବେ ୫ ଥର ପୁରୀ ନିର୍ବାଚନମଣ୍ଡଳୀର ସେ ପ୍ରତିନିଧିତ୍ୱ କରିଥିଲେ । ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନସଭାର ବାଚସ୍ପତି ହୋଇଥିଲେ । ଏହାସହ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀପଦ ସମ୍ଭାଳିଥିଲେ। ୨୦୧୧ରେ ପଞ୍ଚାୟତିରାଜ ମନ୍ତ୍ରୀ, ୨୦୧୨ରେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ସହ ଯୋଜନା ଏବଂ ସମନ୍ୱୟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ସେହପରି ୨୦୧୩ରେ ଆଇନ ମନ୍ତ୍ରୀ ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ। ୨୦୧୭ରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ଭାଳିଥିଲେ। ଅନେକ ବାଦ ବିବାଦରେ ସେ ଛନ୍ଦି ହୋଇଥିଲେ ବି ରାଜ୍ୟ ରାଜନୀତି ବିଶେଷ କରି ପୁରୀ ରାଜନୀତିରେ ସେ ବେଶ ସକ୍ରିୟଥିଲେ। ତେବେ ୨୦୧୯ରେ ସେ ବିଜେପି ପ୍ରାର୍ଥୀ ଜୟନ୍ତ ଷଡ଼ଙ୍ଗୀଙ୍କ ଠାରୁ ନିର୍ବାଚନ ହାରି ଯାଇଥିଲେ ।
Trending Tag
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ଗାଜା ଷ୍ଟ୍ରିପ୍ ଉପରୁ ନିୟନ୍ତ୍ରଣ ହରାଇଛି ହମାସ୍: ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ
ଆଜି ଭାରତ-ନ୍ୟୁଜିଲ୍ୟାଣ୍ଡ ସେମି ଫାଇଟ୍; ମ୍ୟାଚ୍ ଦେଖିବାକୁ ଲାଗିବ ସେଲିବ୍ରିଟିଙ୍କ ଭିଡ଼
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ଗାଜା ଷ୍ଟ୍ରିପ୍ ଉପରୁ ନିୟନ୍ତ୍ରଣ ହରାଇଛି ହମାସ୍: ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ
ଆଜି ଭାରତ-ନ୍ୟୁଜିଲ୍ୟାଣ୍ଡ ସେମି ଫାଇଟ୍; ମ୍ୟାଚ୍ ଦେଖିବାକୁ ଲାଗିବ ସେଲିବ୍ରିଟିଙ୍କ ଭିଡ଼
ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲ ଭୁଷୁଡ଼ିବା ଘଟଣା: ୩ୟ ଦିନରେ ଉଦ୍ଧାର କାର୍ଯ୍ୟ ଜାରି
ଆରମ୍ଭ ହେଲା କାଉଣ୍ଟଡାଉନ: ୱାଙ୍ଖାଡେରେ ଆଜି ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ୍ ମୁକାବିଲା
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ଶୁଭମନଙ୍କ ଆଉଟରେ କାନ୍ଦିଲେ ସାରା
ଦୀପାବଳି ପୂର୍ବରୁ ଗ୍ରାହକଙ୍କୁ ଝଟକା: ବଢିଲା ଗ୍ୟାସ୍ ଦର
ଅଗ୍ନିକାଣ୍ଡରେ ଜଳିଗଲା ଅନେକ ବସ୍
ଆରପାରିରେ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ
ଦଶହରା ଉପଲକ୍ଷେ ଆମର ସ୍ଵତନ୍ତ୍ର ପ୍ରସ୍ତୁତି 'ଆସୁଛନ୍ତି ମା'... ଯୋଡ଼ିହୋଇ ରୁହନ୍ତୁ ଆମ ସହ
ଦୁଇ ଜଣଙ୍କୁ ପ୍ରେମ କରି ଅଡୁଆରେ ବିଜେଡି ବିଧାୟକ; କଟିପାରେ ଟିକେଟ୍
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ବାଚସ୍ପତି ହୋଇଛନ୍ତି ପ୍ରମିଳା ମଲ୍ଲିକ
ଚୁଟକିରେ ଦୂରହେବ ଗ୍ୟାସ ସମସ୍ୟା
ଓଡ଼ିଶାରେ ବିଜେପି ଆସିଲେ ଶିକ୍ଷକଙ୍କ ଦୁଃଖ ଦୁର ହେବ: ବିଧାୟକ ସୂର୍ଯ୍ୟବଂଶୀ ସୂରଜ
୭୮ ବର୍ଷରେ ପାଦ ଥାପିଲେ ନବୀନ, ଭଉଣୀଙ୍କ ଦେହାନ୍ତ ପାଇଁ ଏଥର ଜନ୍ମଦିନ ପାଳିବେନି
ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ ଲଢିବା ନେଇ ଆଭାସ ଦେଲେ ସୁବାସ
ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ଅଭିଯୋଗ ନେଇ ଦିଲ୍ଲୀ ଯିବେ ରାଜ୍ୟର ୨୨ ବିଜେପି ବିଧାୟକ