Wednesday, September 18, 2024

Logo
Loading...
google-add

ଦିଲ୍ଲୀ ବାୟୁ ନେଉଛି ଶିଶୁଙ୍କ ଜୀବନ; ମାସ୍କ ନ ପିନ୍ଧିଲେ ବୟସ୍କଙ୍କ ଜୀବନ ପ୍ରତି ବିପଦ 

| 12:54 PM, Sat Nov 04, 2023

ଓଡ଼ିଶା 365(ବ୍ୟୁରୋ): ଦିଲ୍ଲୀ ଏବେ ଦିଲ୍ ଭାଙ୍ଗି ଦେଉଛି । ଚାକଚକ୍ୟର ରାଜଧାନୀରେ ରହିବାକୁ ଡର ଲାଗୁଛି। କାରଣ ସେଠାରେ ନିଶ୍ୱାସ ନେବା କଷ୍ଟକର ହୋଇପଡିଛି । ପ୍ରଦୂଷଣର ମାତ୍ରା ଏତେ ବଢିଯାଇଛି ଯେ, ଦିନ ଦ୍ୱିପ୍ରହରରେ ମୁହଁକୁ ମୁହଁ ଦିଶୁନି। ଏମିତି ଲାଗୁଛି ଯେମିତି ରାତି ପାହି ସକାଳ ହେଉନି । ହେଲେ କଥାକୁହା କେଜ୍ରିଓ୍ୱାଲଙ୍କର ଏଥିପ୍ରତି ନିଘା ନାହିଁ। କାରଣ ତାଙ୍କର କେବଳ ଭୋଟ ଚିନ୍ତା। ନିର୍ବାଚନ ପ୍ରଚାରରେ ସେ ପୁରା ବ୍ୟସ୍ତ। ତାଙ୍କ ପାଇଁ ଦିଲ୍ଲୀବାସୀଙ୍କ ଦୁଃଖ ଚୁଲିକୁ ଯାଉ। ନିର୍ବାଚନ ପୂର୍ବରୁ ଦିଲ୍ଲୀର ପ୍ରଦୂଷଣକୁ କମ କରିବାକୁ ଦେଇଥିବା ପ୍ରତିଶ୍ରୁତି ଏବେ ପାଣିର ଗାର ପାଲଟିଯାଇଛି । ସୁନ୍ଦର ସହର ଏବେ ପାଲଟିଛି ଗ୍ୟାସ ଚାମ୍ବର। ଯୁଦ୍ଧ ଲାଗିଥିବା ଗାଜା, ୟୁକ୍ରେନରେ ହଜାର ହଜାର ବୋମା ପଡୁଥିବା ବେଳେ ସେଠାରେ ମଧ୍ୟ ପ୍ରଦୂଷଣ ଏତେ ନାହିଁ ଯେତେ ପ୍ରଦୂଷଣ ଦିଲ୍ଲୀରେ। ଏବେ ଶୀତ ବଢୁଥିବା ବେଳେ ଦିଲ୍ଲୀର ପ୍ରଦୂଷଣ ମଧ୍ୟ ବଢିବାରେ ଲାଗିଛି ।

ବାୟୁ ପ୍ରଦୂଷଣ'ବିପଜ୍ଜନକ' ସ୍ତରରେ ପହଞ୍ଚିଛି, ଏମିତି ମନେ ହେଉଛି ସତେଯେମିତି ବାୟୁ ପାଲଟିଯାଇଛି ବିଷ । ପ୍ରଦୂଷଣ ଯୋଗୁଁ ସ୍କୁଲ ବନ୍ଦ ରହିଛି। ବାଣିଜ୍ୟିକ ଯାନଗୁଡିକର ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଲୋକମାନେ ଘରୁ ବାହାରିପାରୁନଥିବା ବେଳେ କେଜରିଓ୍ବାଲ ବିଭିନ୍ନ ରାଜ୍ୟରେ ଯାଇ ପ୍ରଚାରରେ ମାତିଛନ୍ତି । ()ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବର୍ଷ ବର୍ଷ ଧରି ଦିଲ୍ଲୀବାସୀଙ୍କୁ ଠକି ଚାଲିଛନ୍ତି । ଦିଲ୍ଲୀକୁ ପ୍ରଦୂଷଣରୁ ମୁକ୍ତ କରିବା ତାଙ୍କର ପ୍ରଥମ କାମ ହେବ କହି ଭୋଟ ମାଗିଥିଲେ କେଜରିଓ୍ବାଲ । ତେବେ ସେ ଗୋଟିଏ କାମ ବି ଆଜିଯାଏ ସେ କରିପାରିନାହାଁନ୍ତି। ଲୋକଙ୍କୁ ମାଗଣା ରାସନ ଓ ବିଦ୍ୟୁତ ଦେଇ ଖାଲି ଭୁଲାଇଚାଲିଛନ୍ତି । ପ୍ରଦୂଷଣକୁ ରୋକିବା ପାଇଁ ସ୍ଥାୟୀ ସମାଧାନ ବାହାର କରୁନାହାଁନ୍ତି । ଦିଲ୍ଲୀରୁ ପଞ୍ଜାବ ପର୍ଯ୍ୟନ୍ତ ଆମ୍ ଆଦମୀ ପାର୍ଟି ସରକାର ରହିଛି । ଦିନେ କେଜରିଓ୍ବାଲ ପ୍ରଦୂଷଣ ପାଇଁ ପଂଜାବକୁ ଦାୟୀ କରୁଥିଲେ । କିନ୍ତୁ ଏବେ ପଂଜାବ ମଧ୍ୟ ତାଙ୍କ ହାତରେ ରହିଥିବା ବେଳେ ସେ କିନ୍ତୁ ବାହାନା ଖୋଜୁଛନ୍ତି । ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ଏବେ 346 ରହିଛି। ଦିଲ୍ଲୀର ଲୋଡି ରୋଡ୍, ଜାହାଙ୍ଗୀରପୁରୀ, ଆର.କେ ପୁରାମ ଏବଂ ଆଇଜି ବିମାନବନ୍ଦର ଭଳି ଅଞ୍ଚଳର ଅବସ୍ଥା ଅତ୍ୟନ୍ତ ଖରାପ ।

ଏହି ସ୍ଥାନଗୁଡିକରେ AQI ଯଥାକ୍ରମେ 438, 491, 486 ଏବଂ 473 ରହିଛି । ସେପଟେ ଇସ୍ରାଏଲ ବୋମା ମାଡ଼ କରୁଥିବା ଗାଜାରେ ବାୟୁ ଗୁଣବତ୍ତା ସୂଚକାଙ୍କ ମାତ୍ର 80 ରହିଛି । ଦିଲ୍ଲୀରେ ପ୍ରଦୂଷଣ ଏତେ ଅଧିକ ଯେ ସେମାନେ ବର୍ତ୍ତମାନ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି । ଆମ୍ ଆଦମୀ ପାର୍ଟି ଦାବି କରିଛି ଯେ ବର୍ତ୍ତମାନ ଦିଲ୍ଲୀର ଲୋକମାନେ ଶ୍ୱାସରୁଦ୍ଧ ବାୟୁରୁ ଆରାମ ପାଇବେ କାରଣ ପଞ୍ଜାବ ସରକାର ନଡା ଜାଳିବା ଉପରେ ପ୍ରତିବନ୍ଧକ ଲଗାଇବେ, କିନ୍ତୁ ବାସ୍ତବତା ହେଉଛି ଯେ ନଡ଼ା ପୋଡା କାର୍ଯ୍ୟ ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇଛି ।

ଆପ ସରକାର ଖାଲି କାଗଜରେ ବିଭିନ୍ନ ଘୋଷଣା କରିଥିବାରୁ ତାହାର ଫଳ ବାସ୍ତବରେ ମିଳୁନାହିଁ। ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ପଛରେ ନଡ଼ା ଜାଳିବା ସହ ଯାନରୁ ବାହାରୁଥିବା ଧୂଆଁ, ନିର୍ମାଣ କାର୍ଯ୍ୟ ରହିଛି । ତେବେ କିଛି ବାମପନ୍ଥୀ ଏବଂ କଂଗ୍ରେସ ନେତା ବାଣ ଫୁଟାଇଲେ ପ୍ରଦୂଷଣ ବଢ଼ୁଥିବା କହି ବିଭ୍ରାନ୍ତି କରୁଛନ୍ତି । ଏବେ ଦୀପାବଳି ପାଇଁ ଆଗୁଆ ସେମାନେ ବାଣ ନଫୁଟାଇବା ପାଇଁ ଦାବି କରୁଛନ୍ତି । ଦିଲ୍ଲୀର ଆମ୍ ଆଦମୀ ପାର୍ଟିର କିଛି ନେତା ଜେଲରେ ଥିବା ବେଳେ ଅନ୍ୟ ନେତାମାନେ ନିର୍ବାଚନରେ ଷ୍ଟାର ପ୍ରଚାରକ ହୋଇଥିବାରୁ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଅଛନ୍ତି । ପଂଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ନିର୍ବାଚନ ନେଇ ବ୍ୟସ୍ତ ଅଛନ୍ତି । ଜନ କଲ୍ୟାଣ କାର୍ଯ୍ୟରେ ଜଡିତ ଅପେକ୍ଷା କେଜରିଓ୍ବାଲ ପ୍ରଚାର କାର୍ଯ୍ୟରେ ଅଧିକ ସମୟ ଦେଉଛନ୍ତି । ଯେଉଁଥିପାଇଁ ଦିଲ୍ଲୀବାସୀ ଆଜି ଗ୍ୟାସ ଚାମ୍ବରରେ ରହି କଷ୍ଟ ପାଉଛନ୍ତି । କେବେ ଭାଙ୍ଗୁଛି କେଜ୍ରିଓ୍ୱାଲଙ୍କ ନିଦ ତାହା ଦେଖିବାର ଅଛି ।

  • Trending Tag

  • No Trending Add This News
google-add
google-add
google-add

ଟପ୍ ମିଡିଲ ନ୍ୟୁଜ୍

ଲାଟେଷ୍ଟ ଅପଡେଟ୍

google-add
google-add
google-add

ବ୍ଲଗ୍

google-add
google-add