Saturday, July 13, 2024

Logo
Loading...
google-add

ଟିଏମସି ସାଂସଦ ମହୁଆ ମୈତ୍ରୀଙ୍କ ମାମଲାରେ ତଦନ୍ତ କରିବ ସିବିଆଇ

| 17:48 PM, Wed Nov 08, 2023

ଓଡ଼ିଶା 365 (ବ୍ୟୁରୋ): ସଂସଦରେ ପ୍ରଶ୍ନ ପଚାରିବା ବଦଳରେ ଟଙ୍କା ନେଇଥିବା ଅଭିଯୋଗ ମାମଲାରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ବୁଧବାର ଟିଏମସି ସାଂସଦ ମହୁଆ ମୈତ୍ରୀ ସମ୍ପର୍କରେ ଏକ ବଡ଼ ଦାବି କରିଛନ୍ତି।

ସେ କହିଛନ୍ତି ଯେ ଲୋକପାଳ ମହୁଆ ମୈତ୍ରୀଙ୍କ ବିରୋଧରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ନିଶିକାନ୍ତ ଦୁବେ ସୋସିଆଲ ମିଡିଆ ଆକାଉଣ୍ଟ ଟ୍ୱିଟର (ଏକ୍ସ) ରେ ଲେଖିଛନ୍ତି ଯେ ମୋ ଅଭିଯୋଗ କ୍ରମେ ଲୋକପାଳ ଅଭିଯୁକ୍ତ ସାଂସଦ ମହୁଆ ମୋଇତ୍ରାଙ୍କ କ୍ୟାସ ଫର କ୍ୱେରୀ ମାମଲାରେ ସିବିଆଇ ଯାଂଚ ପାଇଁ ଆଦେଶ ଦେଇଛନ୍ତି ।

ବିଜେପି ସାଂସଦ ନିଶିକାନ୍ତ ଦୁବେ ଅଭିଯୋଗ କରିଥିଲେ କି ସଂସଦରେ ଟିଏମସି ସାଂସଦ ମହୁଆ ମୋଇତ୍ରା ଟଙ୍କା ନେଇ ପ୍ରଶ୍ନ ପଚାରିଛନ୍ତି । ଏନେଇ ସେ ଆଇଟି ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବଙ୍କୁ ମଧ୍ୟ ଚିଠି ଲେଖିଥିଲେ । ମୈତ୍ରୀ କହିଛନ୍ତି ଯେ, ଜାତୀୟ ସୁରକ୍ଷା ପ୍ରସଙ୍ଗ ହେଉଛି ସନ୍ଦେହଜନକ ଏଫପିଆଇ ମାଲିକାନା ଥିବା ଆଦାନୀ କମ୍ପାନୀଗୁଡିକ (ଚୀନ୍ ଏବଂ ୟୁଏଇ ସମେତ) କିପରି ଭାରତୀୟ ବନ୍ଦର ଏବଂ ବିମାନବନ୍ଦର କିଣୁଛନ୍ତି।





  • Trending Tag

  • No Trending Add This News
google-add
google-add
google-add

ଟପ୍ ମିଡିଲ ନ୍ୟୁଜ୍

ଲାଟେଷ୍ଟ ଅପଡେଟ୍

google-add
google-add
google-add

ବ୍ଲଗ୍

google-add
google-add