ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ରଶ୍ମିକାଙ୍କ ଡିପଫେକ୍ ଭିଡିଓକୁ ନେଇ ରାଗିଲେ ପ୍ରେମିକ
ଓଡ଼ିଶା 365 (ବ୍ୟୁରୋ):ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଓ ତାଙ୍କ ତଥାକଥିତ ପ୍ରେମିକ ବିଜୟ ଦେବରକୋଣ୍ଡାଙ୍କୁ ନେଇ ସବୁବେଳେ ଚର୍ଚ୍ଚା ଲାଗିରହିଥାଏ । ହେଲେ ବର୍ତ୍ତମାନ ସେ ସୋସିଆଲ ମିଡିଆରେ ମୁହଁ ଖୋଲିଛନ୍ତି । କାରଣ ନିକଟରେ ଅଭିନେତ୍ରୀ ରଶ୍ମିକାଙ୍କ ‘ଡିପ୍ଫେକ୍’ ଭିଡିଓ ଭାଇରାଲ ହୋଇଛି ଯାହାକୁ ନେଇ ବିଜୟଙ୍କ ପ୍ରତିକ୍ରିୟା ଚହଳ ପକାଇଛି । ବିଜୟ ତାଙ୍କର ଇନଷ୍ଟାଗ୍ରାମ୍ ଷ୍ଟୋରିରେ କହିଛନ୍ତି ଯେ, ଭବିଷ୍ୟତ ପାଇଁ ଏହା ଏକ ଜରୁରୀ ପଦକ୍ଷେପ। ଏପରି କାହା ସହିତ ବି ହୋଇପାରେ, ତେଣୁ ଏପରି ଘଟଣାକୁ ତୁରନ୍ତ ରୋକିବା ଉଚିତ୍ ଏବଂ ଅପରାଧୀମାନଙ୍କୁ ଉଚିତ ଦଣ୍ଡ ଦେବାକୁ ଖୁବ୍ ଶୀଘ୍ର ହିଁ ସାଇବର ୱିଙ୍ଗ୍ ବନାଇବା ଉଚିତ ବୋଲି ବିଜୟ କହିଛନ୍ତି ।
ସପଟେ କିଛିଦିନ ତଳେ ସାଉଥ୍ ଅଭିନେତ୍ରୀ ରଶ୍ମିକାଙ୍କ ନକଲି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ରଶ୍ମିକାଙ୍କ ପରି ଅବିକଳ ଦେଖାଯାଉଥିବା ଜଣେ ଯୁବତୀଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା । ଏହି ଭିଡିଓ ମେଡାସ୍ ସାହୁ ନାମକ ଜଣେ X ୟୁଜରଙ୍କ ଆକାଉଣ୍ଟରୁ ସେୟାର ହୋଇଛି ।ଏଥିରେ ଜଣେ ମହିଳା ଲିଫ୍ଟରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓକୁ ଏକ ଆପ୍ ସାହାଯ୍ୟରେ ରଶ୍ମିକା ଭଳି କରିବାକୁ ଚେଷ୍ଟା କରାଯାଇଛି । ଯାହାକୁ ୟୁଜର୍ସମାନେ ନିନ୍ଦା କରିବା ସହ, ଭିଡିଓ ଅପଲୋଡ୍ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସୋସିଆଲ ମିଡିଆରେ ଦାବି କରିଛନ୍ତି ।
ଭିଡିଓ ଭାଇରାଲ ହେବାପରେ ଦୁଃଖ ପ୍ରକାଶ କରିଥିଲେ ଅଭିନେତ୍ରୀ ରଶ୍ମିକା ମନ୍ଧାନା, ଏବଂ ଏହାକୁ ରୋକିବାକୁ ସ୍ୱର ଉତ୍ତୋଳନ କରିବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି । ରଶ୍ମିକା ଏକ୍ସରେ ପୋଷ୍ଟ କରି ଲେଖିଥିଲେ ଯେ, ଅନଲାଇନରେ ଭାଇରାଲ୍ ହେଉଥିବା ମୋର ଡିପଫେକ୍ ଭିଡିଓ ବିଷୟରେ ମୋତେ ଆଲୋଚନା କରିବାକୁ ପଡ଼ୁଛି। ଏହା ଅତି ଭୟଙ୍କର ଏବଂ ଲଜ୍ଜ୍ୟାକର କଥା । କେବଳ ମୋ ପାଇଁ ନୁହେଁ, ବରଂ ଏ ସମାଜର ସମସ୍ତଙ୍କ ପାଇଁ ଯେଉଁମାନେ ଆଜି ଏହି ଟେକ୍ନୋଲୋଜୀର ଦୂରୁପଯୋଗର ଭୟଙ୍କର ପରିସ୍ଥିତିରେ ରହୁଛନ୍ତି। ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଥିଲେ ରଶ୍ମିକା।
Trending Tag
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ଗାଜା ଷ୍ଟ୍ରିପ୍ ଉପରୁ ନିୟନ୍ତ୍ରଣ ହରାଇଛି ହମାସ୍: ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ
ଆଜି ଭାରତ-ନ୍ୟୁଜିଲ୍ୟାଣ୍ଡ ସେମି ଫାଇଟ୍; ମ୍ୟାଚ୍ ଦେଖିବାକୁ ଲାଗିବ ସେଲିବ୍ରିଟିଙ୍କ ଭିଡ଼
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ଗାଜା ଷ୍ଟ୍ରିପ୍ ଉପରୁ ନିୟନ୍ତ୍ରଣ ହରାଇଛି ହମାସ୍: ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ
ଆଜି ଭାରତ-ନ୍ୟୁଜିଲ୍ୟାଣ୍ଡ ସେମି ଫାଇଟ୍; ମ୍ୟାଚ୍ ଦେଖିବାକୁ ଲାଗିବ ସେଲିବ୍ରିଟିଙ୍କ ଭିଡ଼
ଉତ୍ତରାଖଣ୍ଡ ଉତ୍ତରକାଶୀରେ ଟନେଲ ଭୁଷୁଡ଼ିବା ଘଟଣା: ୩ୟ ଦିନରେ ଉଦ୍ଧାର କାର୍ଯ୍ୟ ଜାରି
ଆରମ୍ଭ ହେଲା କାଉଣ୍ଟଡାଉନ: ୱାଙ୍ଖାଡେରେ ଆଜି ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ୍ ମୁକାବିଲା
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ନିର୍ବାଚନ ପୂର୍ବରୁ ଚାଲିଗଲେ ରାଜସ୍ଥାନ କରଣପୁର ଆସନରେ ଲଢିବାକୁ ଥିବା କଂଗ୍ରେସ ପ୍ରାର୍ଥୀ
ଶୁଭମନଙ୍କ ଆଉଟରେ କାନ୍ଦିଲେ ସାରା
ଦୀପାବଳି ପୂର୍ବରୁ ଗ୍ରାହକଙ୍କୁ ଝଟକା: ବଢିଲା ଗ୍ୟାସ୍ ଦର
ଅଗ୍ନିକାଣ୍ଡରେ ଜଳିଗଲା ଅନେକ ବସ୍
ଆରପାରିରେ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକ
ଦଶହରା ଉପଲକ୍ଷେ ଆମର ସ୍ଵତନ୍ତ୍ର ପ୍ରସ୍ତୁତି 'ଆସୁଛନ୍ତି ମା'... ଯୋଡ଼ିହୋଇ ରୁହନ୍ତୁ ଆମ ସହ
ଦୁଇ ଜଣଙ୍କୁ ପ୍ରେମ କରି ଅଡୁଆରେ ବିଜେଡି ବିଧାୟକ; କଟିପାରେ ଟିକେଟ୍
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ବାଚସ୍ପତି ହୋଇଛନ୍ତି ପ୍ରମିଳା ମଲ୍ଲିକ
ଚୁଟକିରେ ଦୂରହେବ ଗ୍ୟାସ ସମସ୍ୟା
ଓଡ଼ିଶାରେ ବିଜେପି ଆସିଲେ ଶିକ୍ଷକଙ୍କ ଦୁଃଖ ଦୁର ହେବ: ବିଧାୟକ ସୂର୍ଯ୍ୟବଂଶୀ ସୂରଜ
୭୮ ବର୍ଷରେ ପାଦ ଥାପିଲେ ନବୀନ, ଭଉଣୀଙ୍କ ଦେହାନ୍ତ ପାଇଁ ଏଥର ଜନ୍ମଦିନ ପାଳିବେନି
ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ ଲଢିବା ନେଇ ଆଭାସ ଦେଲେ ସୁବାସ
ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ଅଭିଯୋଗ ନେଇ ଦିଲ୍ଲୀ ଯିବେ ରାଜ୍ୟର ୨୨ ବିଜେପି ବିଧାୟକ