Sunday, January 19, 2025

Logo
Loading...
google-add

ରିଲିଜ୍ ପୂର୍ବରୁ ଦର୍ଶକଙ୍କୁ ଦିୱାନା କଲା ‘ଯବାନ’

| 11:50 AM, Fri Sep 01, 2023

ଓଡ଼ିଶା 365 (ବ୍ୟୁରୋ): ରିଲିଜ୍ ହେଲା ବହୁପ୍ରତୀକ୍ଷିତ ଆକ୍ସନ ଫିଲ୍ମ ‘ଯବାନ’ର ଟ୍ରେଲର । ଗତକାଲି ଅଫିସିଆଲ ଭାବେ ‘ଯବାନ’ର ଟ୍ରେଲର ମୁକ୍ତିଲାଭ କରିଛି । ଯାହା ଦର୍ଶକଙ୍କ ମନକୁ କିଣିନେଇଛି । ପ୍ରଥମ ଥର ପାଇଁ ଲୋକପ୍ରିୟ ନିର୍ଦ୍ଦେଶକ ଅଟଲିଙ୍କ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ଶାହାରୁଖ ଖାନ୍ ଏବଂ ତାଙ୍କ ସହ ଦୀପିକା ପାଦୁକୋନ୍ ଓ ନୟନତାରାଙ୍କୁ ଦେଖିବାକୁ ମିଳିଛି । ଏହାସହ ବିଜୟ ସେତୁପତିଙ୍କୁ ମଧ୍ୟ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ, ଫିଲ୍ମ ଯବାନରେ କିଙ୍ଗ ଖାନଙ୍କୁ ଡବଲ ରୋଲରେ ଦେଖିବାକୁ ମିଳିବ । ଏହି ଫିଲ୍ମ ଆକ୍ସନ ଓ ଥ୍ରୀଲର ଭରପୁର ମାତ୍ରାରେ ରହିଛି । ସେହିପରି ଗୀତଗୁଡିକ ମଧ ଟ୍ରେଣ୍ଡିଂ ତାଲିକାରେ ରହିଛି । ଯାହା ଦର୍ଶକଙ୍କୁ ଦିୱାନା ।
ସେପଟେ ରିଲିଜର ମାତ୍ର ୬ ଘଂଟାରେ ୮୦ ଲକ୍ଷରୁ ଅଧିକ ଦର୍ଶକ ଟ୍ରେଲରକୁ ଦେଖିସାରିଥିବାବେଳେ ଏବେ ଖାଲି ସେପ୍ଟେମ୍ବର ୭ କୁ ଅପେକ୍ଷା । କାରଣ ସେପ୍ଟେମ୍ବର ୭ରେ ବଡ଼ ପରଦାରେ ମୁକ୍ତିଲାଭ କରିବାକୁ ଯାଉଛି ‘ଯବାନ’ ।


  • Trending Tag

  • No Trending Add This News
google-add
google-add
google-add

movies

television

google-add

Lifestyle