Tuesday, July 23, 2024

Logo
Loading...
google-add

ଚର୍ଚ୍ଚାରେ ବିଜୟ-ତମନ୍ନାଙ୍କ ଯୋଡି

| 10:44 AM, Tue Nov 14, 2023

ଓଡ଼ିଶା 365 (ବ୍ୟୁରୋ): ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ ଏବଂ ବିଜୟ ବର୍ମାଙ୍କ ଯୋଡିକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଚର୍ଚ୍ଚା ହେଉଛି ।ବର୍ତ୍ତମାନ ଏହି ଯୋଡି ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ଦର୍ଶକମାନେ ମଧ୍ୟ ଏହି ଯୋଡିକୁ ଖୁବ୍ ପସନ୍ଦ କରୁଛନ୍ତି । ନିକଟରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ଘରେ ଏକ ଦୀପାବଳି ପାର୍ଟିରେ ବଲିଉଡ ତାରକାଙ୍କ ସମାବେଶ ହୋଇଥିଲା। ଏଥିରେ ବି-ଟାଉନର ଅନେକ ବଡ଼ ବଡ଼ ତାରକା ଯୋଗଦେଇଥିଲେ। ହେଲେ ଏହି ପାର୍ଟିରେ ବିଜୟ- ତମନ୍ନାଙ୍କ ଏଣ୍ଟ୍ରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଦୁହେଁ ହାତ ଧରାଧରି ହୋଇ ପାର୍ଟିରେ ଜବରଦସ୍ତ ଏଣ୍ଟ୍ରି କରିଥିଲେ। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୂଚନା ମୁତାବକ, ବିଜୟ-ତମନ୍ନା ଦୀପାବଳିକୁ ଉପଭୋଗ କରିବାକୁ ଏକ ପାରମ୍ପରିକ ଶୈଳୀର ପୋଷାକ ପିନ୍ଧିଥିଲେ। ପାର୍ଟିରେ ଅଧିକାଂଶ ସମୟ ଦୁହେଁ ପରସ୍ପରର ହାତ ଧରାଧରି ହୋଇ ବୁଲୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ଚଳିତ ବର୍ଷ ଉଭୟ ଏକାଠି ଦୀପାବଳି ପାଳିଥିଲେ।

ଖବର ମୁତାବକ, ୨୦୦୫ରୁ ତମନ୍ନା ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ସେ ତାଙ୍କ ଜୀବନକାଳ ମଧ୍ୟରେ ବଲିଉଡକୁ ଅନେକ ହିଟ୍ ଫିଲ୍ମ ଦେଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସ୍ୟଷ୍ଟି କରିପାରିଛନ୍ତି । ଶେଷଥର ପାଇଁ ତାଙ୍କୁ ଫିଲ୍ମ ‘ବନ୍ଦ୍ରା’ରେ ଦେଖିବାକୁ ମିଳିଥିଲା।

  • Trending Tag

  • No Trending Add This News
google-add
google-add
google-add

television

google-add

Lifestyle