Thursday, January 23, 2025

Logo
Loading...
google-add

ସିଲଭର ସ୍କ୍ରିନ୍‌ରେ ଏକାଠି ଧମାଲ କରିବେ ଶାହରୁଖ-ବିଜୟ, କନଫର୍ମ କଲେ ଅଟଲି

| 17:34 PM, Tue Nov 14, 2023

ଓଡ଼ିଶା 365 (ବ୍ୟୁରୋ):ଚର୍ଚ୍ଚାରେ ସାଉଥ ସୁପରଷ୍ଟାର ନିର୍ଦ୍ଦେଶକ ଏଟଲି । ଯାହାଙ୍କ ଫିଲ୍ମରେ ଆକ୍ସନ ଠାରୁ ରୋମାନ୍ସ ସବୁକିଛି ଦେଖିବାକୁ ମିଳେ । ହେଲେ ବର୍ତ୍ତମାନ ସେ ଏମିତି ଏକ ଘୋଷଣା କରିଛନ୍ତି ଯାହା ଦର୍ଶକମାନଙ୍କ ପାଇଁ ଏକ ଉପହାର କହିଲେ ଅତୁକ୍ତି ହେବ ନାହିଁ । ସେ ଶାହାରୁଖ ଖାଁ ଏବଂ ସାଉଥ ସୁପରଷ୍ଟାର ବିଜୟ ଥାଲପତଙ୍କ ସହ ତାଙ୍କର ଦୁଇ ହିରୋ ପ୍ରୋଜେକ୍ଟର ସୂଚନା ଦେଇ ପ୍ରଶଂସକଙ୍କ ଉତ୍ସାହକୁ ବଢାଇ ଦେଇଛନ୍ତି। ତେବେ ସେ ତାଙ୍କର ପରବର୍ତ୍ତୀ ଫିଲ୍ମର ଆଉ କୌଣସି ବିବରଣୀ ଶେୟାର କରିନାହାଁନ୍ତି।

ଏଟଲି ପ୍ରକାଶ କରିଛନ୍ତି ଯେ ସେ ଏକ ସ୍କ୍ରିପ୍ଟରେ କାମ କରୁଛନ୍ତି ଯାହା ଏହି ପାୱାରହାଉସ ଟ୍ୟାଲେଣ୍ଟଙ୍କୁ ଏକତ୍ର କରିବ। ତାଙ୍କ ନିର୍ଦ୍ଦେଶନାରେ ଦୁଇ ବଡ କଳାକାରଙ୍କ ସହଯୋଗର ଦର୍ଶକମାନଙ୍କ ମନରେ ଉତ୍ସାହ ବଢାଇବ ।
ଖବର ମୁତାବକ, ଲୋକପ୍ରିୟ ତାମିଲ ଟିଭି ପ୍ରେଜେଣ୍ଟର ତଥା ୟୁଟ୍ୟୁବର୍‌ ଗୋପୀନାଥଙ୍କ ସହ କଥାବାର୍ତ୍ତା କରି ଏଟଲି ପ୍ରକାଶ କରିଛନ୍ତି ଯେ, ସେ ବିଜୟଙ୍କୁ ଡାକି ତାଙ୍କ ଜନ୍ମଦିନ ଭୋଜିରେ ନିମନ୍ତ୍ରଣ କରିଛନ୍ତି। ବିଜୟ ସେଠାରେ ଉପସ୍ଥିତ ରହିବେ ବୋଲି କହିଥିଲେ। ଯେତେବେଳେ ବିଜୟ ପାର୍ଟିକୁ ଆସିଲେ, ଶାହାରୁଖ ଏବଂ ବିଜୟ ନିଜ ମଧ୍ୟରେ କଥା ହୋଇଥିଲେ ଏବଂ ପରେ ଅଟଲିଙ୍କୁ ଡାକିଲେ। ଏହା ପରେ ଶାହାରୁଖ ନିର୍ଦ୍ଦେଶକଙ୍କୁ କହିଛନ୍ତି ଯେ ଯଦି ସେ ଦୁଇଜଣ ହିରୋଙ୍କ ସହ ଫିଲ୍ମ କରିବାକୁ ଯୋଜନା କରନ୍ତି, ତେବେ ଦୁହେଁ ଏଥିପାଇଁ ପ୍ରସ୍ତୁତ ଅଛନ୍ତି।

  • Trending Tag

  • No Trending Add This News
google-add
google-add
google-add

television

google-add

Lifestyle