Thursday, February 13, 2025

Logo
Loading...
google-add

ଆପାର୍ଟମେଣ୍ଟ ବିକ୍ରି କଲେ ରଣବୀର; ଜାଣନ୍ତୁ କେତେ କୋଟିରେ ହେଲା ଡିଲ୍

| 10:07 AM, Sat Nov 11, 2023

ଓଡ଼ିଶା 365 (ବ୍ୟୁରୋ):ବଲିଉଡ ଅଭିନେତା ରଣବୀର ସିଂ । ସବୁବେଳେ ନିଜର ଦମଦାର ଅଭିନୟ ଜାଦୁରେ ଦର୍ଶକମାନଙ୍କୁ ବାନ୍ଧି ରଖିଥାନ୍ତି । ତାଙ୍କ ଷ୍ଟାଇଲିସ୍ ଲୁକରେ ଅନେକ ଝିଅ ଦିୱାନା ହୋଇଥାନ୍ତି । ରିଲ୍ ଲାଇଫ ଏବଂ ରିୟଲ୍ ଲାଇଫକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ହେଲେ ବର୍ତ୍ତମାନ ତାଙ୍କ ଆପାର୍ଟମେଣ୍ଟକୁ ନେଇ ସେ ଚର୍ଚ୍ଚାରେ ଅଛନ୍ତି । ରଣବୀର ମୁମ୍ବାଇରେ ଦୁଇଟି ଆପାର୍ଟମେଣ୍ଟ ବିକ୍ରି କରିଛନ୍ତି। ମନି କଣ୍ଟ୍ରୋଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ମୁମ୍ବାଇର ଗୋରେଗାଓଁ ଅଞ୍ଚଳରେ ଥିବା ଏହି ଦୁଇଟି ଫ୍ଲାଟକୁ ମୋଟ ୧୫.୨୫ କୋଟିରେ ବିକ୍ରି କରାଯାଇଛି। ରଣବୀର ସିଂ ଏହି ଦୁଇଟି ଫ୍ଲାଟକୁ ଡିସେମ୍ବର ୨୦୧୪ରେ ଫ୍ଲାଟ ପିଛା ୪.୬୪ କୋଟି ଟଙ୍କାରେ କିଣିଥିଲେ।

ଫ୍ଲାଟର ଷ୍ଟାମ୍ପ ଡ୍ୟୁଟି ବିଷୟରେ କହିବାକୁ ଗଲେ ଏହା ଫ୍ଲାଟ ପ୍ରତି ୪୫.୭୫ ଲକ୍ଷ ଟଙ୍କା। ଏହା ସହିତ ପ୍ରତ୍ୟେକ ଫ୍ଲାଟରେ ସମୁଦାୟ ୬ଟି ପାର୍କିଂ ସ୍ଥାନ ଅଛି । ସମାନ ଫ୍ଲାଟ କମ୍ପ୍ଲେକ୍ସରୁ ଜଣେ ବ୍ୟକ୍ତି ଏହି ଫ୍ଲାଟ କିଣିଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

  • Trending Tag

  • No Trending Add This News
google-add
google-add
google-add

movies

google-add

Lifestyle