Thursday, February 13, 2025

Logo
Loading...
google-add

ଦୀପାବଳୀରେ ଝିଅର ପ୍ରଥମ ରଙ୍ଗୋଲି ସେୟାର କଲେ ପ୍ରିୟଙ୍କା ;ଫ୍ୟାନ୍ସ କହିଲେ ବ୍ୟୁୟୁଟିଫୁଲ

| 11:56 AM, Mon Nov 13, 2023

ଓଡ଼ିଶା 365 (ବ୍ୟୁରୋ):ବିଦେଶରେ ରହି ନିଜ ସହ ଦୀପାବଳି ପାଳିଲେ ବଲିଉଡ ପିସି ପ୍ରିୟଙ୍କା ଚୋପ୍ରା । ଯାହାର ଫଟୋ ବର୍ତ୍ତମାନ ସୋସିଆଲ ମିଡଆରେ ଭାଇରାଲ ହେବାରେ ଲାଗିଛି । ବିଦେଶରେ ରହି ମଧ୍ୟ ନିଜ ସଂସ୍କୃତି ଓ ପରମ୍ପରାକୁ ଭୁଲି ନାହାନ୍ତି ପ୍ରିୟଙ୍କା ଚୋପ୍ରା। ସେ ବିଦେଶରେ ରହି ସମସ୍ତ ପର୍ବକୁ ବେଶ୍ ଧୁମଧାମରେ ପାଳନ କରିଥାନ୍ତି। ହେଳେ ବର୍ତ୍ତମାନ ତାଙ୍କ ସହ କୁନି ଝିଅ ମାଳତୀ ମୈରୀ ମଧ୍ୟ ମାସିଲ ହୋଇଛନ୍ତି ।ଯାହାର ଝଲକ ପିସି ତାଙ୍କ ସୋସିଆଲ ଆକାଉଣ୍ଟରେ ଶେୟାର କରିଛନ୍ତି । ଏଥିରେ ମାଳତୀଙ୍କ ପ୍ରଥମ ରଙ୍ଗୋଲି ଦେଖିବାକୁ ମିଳିଥିବାବେଳେ,ପିସି ମଧ୍ୟ ପ୍ରଶଂସକଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି।

ପ୍ରିୟଙ୍କା ଏବେ ତାଙ୍କ ଝିଅ ମାଲତୀ ମଧ୍ୟ ତାଙ୍କ ପରି ଆଗକୁ ବଢ଼ୁଛନ୍ତି । ଏତେ କମ ବୟସରୁ ମଧ୍ୟ ମାଲତୀ ରଙ୍ଗୋଲୀ କରିବା ଆରମ୍ଭ କରିଛନ୍ତି। ଯାହାର ଫଟୋ ପ୍ରିୟଙ୍କା ନିଜେ ସେୟାର କରିଛନ୍ତି। ଇନଷ୍ଟାରେ ସେ ୨ଟି ଫଟୋ ଷ୍ଟୋରୀରେ ପକାଇଛନ୍ତି । ଗୋଟିଏ ଫଟୋରେ ଝିଅ ମାଲତୀ କରିଥିବା ରଙ୍ଗୋଲିର ଥିବା ବେଳେ ଅନ୍ୟ ଫଟୋରେ ଜଳୁଥିବା ଦୀପ ରହିଛି। ଝିଅର ରଙ୍ଗୋଲି ଫଟୋ ସେୟାର କରି ପ୍ରଥମ ରଙ୍ଗୋଲି ବୋଲି ଲେଖିଛନ୍ତି ପ୍ରିୟଙ୍କା। ଅନ୍ୟ ଫଟୋରେ ଅଭିନେତ୍ରୀ ତାଙ୍କ ପ୍ରଶଂସକମାନଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇ ଲେଖିଥିଲେ ଯେ, ‘ଆପଣ ସମସ୍ତଙ୍କୁ ଅନେକ ଶୁଭେଚ୍ଛା । ଏଠାରେ ସର୍ବଦା ଆଲୋକ ହେଉ ।’

  • Trending Tag

  • No Trending Add This News
google-add
google-add
google-add

movies

google-add

Lifestyle