Sunday, January 19, 2025

Logo
Loading...
google-add

ଗ୍ରାମୀ ପୁରସ୍କାର ୨୦୨୪ ପାଇଁ ମନୋନୀତ ହେଲା ମୋଦୀଙ୍କ ଗୀତ ‘ଏବୁଡାନ୍ସ ଇନ ମିଲେଟ୍ସ’

| 10:31 AM, Sat Nov 11, 2023

ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୀତ ‘ଏବୁଡାନ୍ସ ଇନ ମିଲେଟ୍ସ’ । ଯାହା ବର୍ତ୍ତମାନ ଗ୍ରାମୀ ପୁରସ୍କାର ୨୦୨୪ ପାଇଁ ମନୋନୀତ ହୋଇଛି। ଏହି ଗୀତଟି ଜୁନ ୧୬ରେ ମୁକ୍ତିଲାଭ କରିଥିଲା । ଯାହାକି ଲୋକମାନଙ୍କ ମନକୁ ଛୁଇଁଥିଲା । ସୂଚନା ମୁତାବକ, ଏହି ଗୀତରେ ସ୍ବାସ୍ଥ୍ୟ ଉପକାର ଏବଂ ପୁଷ୍ଟିକର ଶସ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ କିପରି ଉଦ୍ୟମ କରୁଛନ୍ତି ତାହା ଦର୍ଶାଯାଇଛି । ଏହି ଗୀତଟିକୁ ଭାରତୀୟ-ଆମେରିକୀୟ ଗ୍ରାମି ବିଜେତା ଗାୟକ ଫାଲଗୁନି ଶାହା ଗାଇଛନ୍ତି।ଯାହା ବର୍ତ୍ତମାନ ବିଶ୍ୱ ସଙ୍ଗୀତ ପ୍ରଦର୍ଶନ ବର୍ଗରେ ମନୋନୀତ ହୋଇଛି।

ଖବର ମୁତାବକ, ମିଳିତ ଜାତିସଂଘ ଚଳିତ ବର୍ଷ ଅନ୍ତର୍ଜାତୀୟ ମିଲେଟ ବର୍ଷ ଘୋଷଣା କରିଥିବାବେଳେ ଏବଂ ଏହାକୁ ଗୀତରେ ପାଳନ କରୁଥିବା ମଧ୍ୟ ଦର୍ଶାଯାଇଛି। ସେପଟେ, ଫାଲଗୁନି ଶାହା ତାଙ୍କ ଅଫିସିଆଲ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି ଯେ, ଆମର ସିଙ୍ଗଲ ‘ମିଲେଟସ ରେ ପ୍ରଚୁରତା’ ର ଭିଡିଓ ବର୍ତ୍ତମାନ ଆସିଯାଇଛି। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ସହ ଲେଖାଯାଇଥିବା ଏବଂ ପରିବେଷଣ କରାଯାଇଥିବା ଏକ ଗୀତ କୃଷକମାନଙ୍କୁ ମିଲେଟ ଉତ୍ପାଦନ କରାଇବାରେ ଏବଂ ବିଶ୍ୱର କ୍ଷୁଧାକୁ ଦୂର କରିବାରେ ସାହାଯ୍ୟ କରିବା ପାଇଁ ଏହି ବର୍ଷକୁ ଆନ୍ତର୍ଜାତୀୟ ମିଲେଟ ବର୍ଷ ଭାବରେ ଘୋଷଣା କରାଯାଇଛି ।

  • Trending Tag

  • No Trending Add This News
google-add
google-add
google-add

movies

google-add

Lifestyle