Thursday, February 13, 2025

Logo
Loading...
google-add

ଜୟ ସୀୟା ରାମ କହି ଚର୍ଚ୍ଚାରେ ଜାଭେଦ ଅଖତର

| 10:19 AM, Fri Nov 10, 2023

ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବଲିଉଡର ଭେଟେରାନ ଗୀତିକାର ଜାଭେଦ ଅଖତର । ଜୟ ସୀୟା ରାମ ନାରା ଦେଇ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି ଜାଭେଦ । ଖବର ମୁତାବକ, ନିକଟରେ ଗୀତିକାର ପ୍ରଭୁ ରାମ ଏବଂ ସୀତାଙ୍କ ଉପରେ ସେ ନିଜର ମତ ପ୍ରକାଶ କରିଛନ୍ତି। ଦୀପାବଳିର ଏକ କାର୍ୟ୍ୟକ୍ରମରେ ଯୋଗଦେଇ ଜାଭେଦ ଅଖତର କହିଛନ୍ତି ଯେ, ଭଗବାନ ରାମ ଏବଂ ସୀତା କେବଳ ଭଗବାନ ନୁହଁନ୍ତି ବରଂ ତାଙ୍କୁ ଭାରତର ସାଂସ୍କୃତିକ ଐତିହ୍ୟ କୁହାଯାଇପାରେ। ମୁଁ ରାମ ଏବଂ ସୀତା ଦେଶରେ ଜନ୍ମ ହୋଇଥିବାରୁ ମୁଁ ନିଜକୁ ବହୁତ ଗର୍ବିତ ମନେ କରୁଛି । ଯଦିଓ ମୁଁ ଜଣେ ନାସ୍ତିକ, ତଥାପି ମୁଁ ରାମ ଏବଂ ସୀତାଙ୍କୁ ଏହି ଦେଶର ସମ୍ପତ୍ତି ଭାବରେ ବିବେଚନା କରେ, ସେଥିପାଇଁ ମୁଁ ଏଠାକୁ ଦୈଡି ଆସିଛି।

ଏହି ଦୀପାବଳି ଅବସରରେ ସେ ଜୟ ସୀୟା ରାମ ନାରା ଲଗାଇଥିଲେ। ଯାହା ଦ୍ୱାରା ସମସ୍ତଙ୍କ ମନରେ ଆଧ୍ୟାମିକ ଭାବନା ଜାଗ୍ରତ ହୋଇଥିଲା । ଏହାସହ ଜାଭେଦ ଲୋକଙ୍କୁ ଜୟ ସୀୟା ରାମ ୩ଥର କହିବାକୁ ନିର୍ଦ୍ଦେଶ ଦେଇଥିଲେ। ଲୋକମାନେ ମଧ୍ୟ ତାଙ୍କ ଆଦେଶକୁ ପାଳନ କରି ୩ ଥର ଜୟ ସୀୟା ରାମ କହିଥିଲେ ।

  • Trending Tag

  • No Trending Add This News
google-add
google-add
google-add

movies

google-add

Lifestyle