Thursday, February 13, 2025

Logo
Loading...
google-add

ରେକର୍ଡ ଭାଙ୍ଗିଲା ଦୀପିକାଙ୍କ ଇଷ୍ଟାଗ୍ରାମ୍ ରିଲ

| 10:47 AM, Fri Nov 10, 2023

ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବଲିଉଡ କ୍ୟୁଇନ୍ ଦୀପିକା ପାଦୁକୋନ । ତାଙ୍କ ଦମଦାର ଅଭିନୟ ଓ ଷ୍ଟାଇଲିସ୍ ନଜରରେ ସେ ସମସ୍ତଙ୍କ ହୃଦୟରେ ରାଜ କରନ୍ତି । ହେଲେ ବର୍ତ୍ତମାନ ତାଙ୍କ ଇଷ୍ଟାଗ୍ରାମ୍ ରିଲ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଇନଷ୍ଟାଗ୍ରାମରେ ଦୀପିକାଙ୍କର ମଧ୍ୟ ବହୁତ ପ୍ରଶଂସକ ଅଛନ୍ତି। ନିକଟରେ ଅଭିନେତ୍ରୀ ତାଙ୍କ ପ୍ରଶଂସକଙ୍କ ସହ ଏକ ଭିଡିଓ ଶେୟାର କରିଥିଲେ ଯାହା ୟୁଜର୍ସଙ୍କୁ ବହୁତ ପସନ୍ଦ ଆସିଥିଲା। ଖବର ମୁତାବକ, କିଛି ଦିନ ପୂର୍ବରୁ ଦୀପିକା ନିଜ ଇନଷ୍ଟାଗ୍ରାମରେ ଏକ ମଜାଦାର ଭିଡିଓ ଶେୟାର କରିଥିଲେ । ଯେଉଁଥିରେ ସେ କହିଥିଲେ ଯେ, ‘ଜଷ୍ଟ ଲୁକିଂ ଲାଇକ ଏ ଓ୍ବା ..’ । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ରିଲକୁ ନେଇ ଦୀପିକାଙ୍କ ପ୍ରଶଂସକ ଏବଂ ସେଲିବ୍ରିଟିମାନେ ଏହି ରିଲ ଉପରେ ଅନେକ ମଜାଳିଆ କମେଣ୍ଟ ଦେବା ସହ ଏହାକୁ ଏତେ ମାତ୍ରାରେ ପସନ୍ଦ କରିଛନ୍ତି ଯେ ବର୍ତ୍ତମାନ ଏହି ଭିଡିଓ ଇନଷ୍ଟାଗ୍ରାମରେ ସର୍ବାଧିକ ରେକର୍ଡ କରିଥିବା ଭିଡିଓରେ ପରିଣତ ହୋଇଛି। ଖବର ଅନୁଯାୟୀ, ଦୀପିକା ପାଦୁକୋନଙ୍କ ଏହି ଭିଡିଓକୁ ୧୮୫ମିଲିୟନ ଭ୍ୟୁ ମିଳିଛି, ଯାହା ଦୀପିକାଙ୍କ ପାଇଁ ଏକ ବଡ ଖୁସିର କଥା । ନିକଟରେ ଦୀପିକାଙ୍କୁ ‘କଫି ଓ୍ବିଥ କରନ ୮’ ଶୋ’ରେ ଦେଖିବାକୁ ମିଳିଥିଲା। ଏହି ସମୟରେ ଦୀପିକା ରଣବୀରଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଖୋଲାଖୋଲି ଭାବେ ଫ୍ୟାନ୍ସମାନଙ୍କ ସହ କଥା ହୋଇଥିଲେ। ସେ କହିଥିଲେ ଯେ ପ୍ରଥମେ ସେ ରଣବୀର ସିଂଙ୍କ ପ୍ରତି ସିରିୟସ ନ ଥିଲେ। ମୁଁ ସେତେବେଳେ ଏକ ଖରାପ ସମ୍ପର୍କରୁ ବାହାରି ଆସିଥିଲି। ସେହି ସମୟରେ ମୁଁ କେବଳ ମଜା କରିବା ଭଳି ଅନୁଭବ କରିଥିଲି ।

  • Trending Tag

  • No Trending Add This News
google-add
google-add
google-add

movies

google-add

Lifestyle