Thursday, January 23, 2025

Logo
Loading...
google-add

ଚର୍ଚ୍ଚାରେ ଭାଇଜାନଙ୍କ ଲୁକ୍;ରେକର୍ଡ କରୁଛି ‘ଟାଇଗର ୩’

| 11:03 AM, Mon Nov 13, 2023

ଓଡ଼ିଶା 365 (ବ୍ୟୁରୋ):ଗତକାଲି ଦୀପାବଳି ଅବସରରେ ମୁକ୍ତିଲାଭ କରିଛି ବଲିଉଡ ଭାଇଜାନ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ‘ଟାଇଗର-୩’। ଯାହା ବର୍ତ୍ତମାନ ସମସ୍ତଙ୍କ ମନ ଜିଣିବାରେୁ ଲାଗିପଡିଛି । ମନୀଷ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ପ୍ରଥମ ଶୋ’ରୁ ହିଁ ରେକର୍ଡ କରୁଛି । ଖବର ମୁତାବକ, ୟଶରାଜ ସ୍ପାଏ ୟୁନିଭର୍ସର ଏହା ପଞ୍ଚମ ଫିଲ୍ମ ଯେଉଁଥିରେ ଇମ୍ରାନ ହାସମୀ ଖଳନାୟକ ଭୂମିକାରେ ଦେଖିବାକୁ ମିଳିଛି ।

ସେପଟେ,ଫିଲ୍ମର ପ୍ରଥମ ଶୋ’ ଦେଖି ପ୍ରଶଂସକମାନଙ୍କ ଦିଲ୍ ଖୁସ୍ ହୋଇଯାଇଛି । ବହୁମାତ୍ରାରେ ଏହାକୁ ଫ୍ୟାନ୍ସମାନେ ସୋସିଆଲ ମିଡିଆରେ ସେୟାର କରିବା ସହିତ, ଏହା ଏକ ବ୍ଲକବଷ୍ଟର ଫିଲ୍ମ ବୋଲି ଘୋଷଣା କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, “ୱାନୱର୍ଡ ରିଭ୍ୟୁ ଟାଇଗର ୩ ବ୍ଲକବଷ୍ଟର। ଏହା ସହିତ ଫିଲ୍ମକୁ ୫ରୁ ୪ ପଏଣ୍ଟ ଦେଇଛନ୍ତି। ଯାହା ଟାଇଗର ୩ ଟିମ୍ ପାଇଁ ଖୁସି ଖବର । ଏହାସହ ଆଉ ଜଣେ ୟୁଜର ଲେଖିଛନ୍ତି ଯେ, ଟାଇଗର ୩ ରିଭ୍ୟୁ – ‘ଇଣ୍ଟରଭାଲ୍ ବ୍ଲକବଷ୍ଟର, ଅନେକ ଆକ୍ସନ୍, ଅନେକ ଟ୍ୱିଷ୍ଟ୍ ଏବଂ ଟର୍ନ୍, ସରପ୍ରାଇଜ୍, ଦେଶପ୍ରେମୀ, ଇମୋସନ୍, ଭାଇଜାନଙ୍କ ଏବହ ତାଙ୍କ ଅଭିନୟ ମନ କିଣି ନେଉଛି ।

  • Trending Tag

  • No Trending Add This News
google-add
google-add
google-add

television

google-add

Lifestyle