Sunday, January 19, 2025

Logo
Loading...
google-add

ସାମ୍ନାକୁ ଆସିଲା ‘ସାମ୍‌ ବାହାଦୂର’ର ଟ୍ରେଲର; ଚର୍ଚ୍ଚାରେ ଭିକି କୌଶଲ

| 15:37 PM, Wed Nov 08, 2023

ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବଲିଉଡ ଅଭିନେତା ବିକି କୌଶଲଙ୍କ ଅପକମିଂ ଫିଲ୍ମ ‘ସାମ୍‌ ବାହାଦୂର’ । ଦର୍ଶକମାନେ ଏହି ଫିଲ୍ମକୁ ବଡ଼ ଉତ୍ସାହର ସହ ଅପେକ୍ଷା କରିଥିବାବେଳେ କିଛି ଦିନ ପୂର୍ବରୁ ଏହି ଫିଲ୍ମର ଟିଜର ରିଲିଜ ହୋଇଥିଲା । ଯାହା ଦର୍ଶକ ମାନଙ୍କ ମନକୁ ଛୁଇଁଛି । ହେଲେ ବର୍ତ୍ତମାନ ଏହି ଫିଲ୍ମର ମୋଷ୍ଟ ଅପଡେଟେଡ୍‌ ଟ୍ରେଲର ରିଲିଜ ହୋଇଛି ଯାହା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଫିଲ୍ମ ‘ସାମ୍‌ ବାହାଦୂର’ ଟ୍ରେଲର ବିକିଙ୍କର ଏକ ଜବରଦସ୍ତ ଡାଇଲୋଗରୁ ଆରମ୍ଭ ହୋଇଛି । ଏଥିରେ ଦେଖିବାକୁ ମିଳିଛି ଦେଶର ପୂର୍ବ ଅବସ୍ଥା ଓ ଯୁଦ୍ଧ । ଏହାସହ ଫିଲ୍ଡ ମାର୍ଶଲ ସାମ୍‌ ମନେକଶାଙ୍କର ୪୦ ବର୍ଷର ସେନା କ୍ୟାରିୟରକୁ ବହୁତ ସୁନ୍ଦର ଭାବେ ଦେଖିବାକୁ ମିଳିଛି । ଏହି ଚରିତ୍ରକୁ ବିକି କୌଶଲ ନିଖୁଣ ଭାବେ ଚିତ୍ରଣ କରିଛନ୍ତି । ଯାହା ଭିକିଙ୍କ ଫ୍ୟାନ୍ସମାନଙ୍କୁ ବହୁତ ପସନ୍ଦ ଆସିଛି ।

ଏଥିରେ ଭିକିଙ୍କ ବ୍ୟତୀତ ଫାତିମା ସାନା ଶେଖ ଏବଂ ସାନିଆ ମାଲହୋତ୍ରାଙ୍କୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି । ଫାତିମା ଭାରତର ପ୍ରଧାନମନ୍ତ୍ରୀ ଇନ୍ଧିରା ଗାନ୍ଧୀଙ୍କ ରୋଲରେ ନଜର ଆସିଛନ୍ତି । ଖବର ମୁତାବକ, ଫିଲ୍ମ ‘ସାମ୍‌ ବାହାଦୂର’ରେ ବିକି କୌଶଲ ଫିଲ୍ଡ ମାର୍ଶଲ ସାମ୍‌ ମନେକଶାଙ୍କ ଚରିତ୍ରରେ ନଜର ଆସିଛନ୍ତି । ଏହା ଫିଲ୍ଡ ମାର୍ଶଲ ସାମ୍‌ ମନେକଶାଙ୍କ ବାୟୋପିକରେ ନିର୍ମିତ ହୋଇଛି । ମେଘନା ଗୁଲଜାନଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମ ଡିସେମ୍ବର ୧ରେ ସିନେମା ହଲ୍‌ରେ ରିଲିଜ୍‌ ହେବାକୁ ଯାଉଛି ।

  • Trending Tag

  • No Trending Add This News
google-add
google-add
google-add

television

google-add

Lifestyle