Sunday, January 19, 2025

Logo
Loading...
google-add

ସାମ୍ନାକୁ ଆସିଲା ‘ଟାଇଗର ୩’ର ଦ୍ୱିତୀୟ ଗୀତ; ଫ୍ୟାନ୍ସଙ୍କ ମନ ଜିଣୁଛି ସଲମାନ-କ୍ୟାଟ୍ରିନାଙ୍କ ରୋମାନ୍ସ

| 11:25 AM, Tue Nov 07, 2023

ଓଡ଼ିଶା 365 (ବ୍ୟୁରୋ):ଚର୍ଚ୍ଚାରେ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଫିଲ୍ମ ‘ଟାଇଗର-୩’ । ବର୍ତ୍ତମାନ ଏହି ଫିଲ୍ମର ଦ୍ୱିତୀୟ ଗୀତ ରିଲିଜ୍ ହୋଇଛି । ଏଥିରେ କେବଳ ଗୀତର ଦୁଇଟି ଫଟୋ ଏବଂ ଫିଲ୍ମର କିଛି ଝଲକ ଦେଖିବାକୁ ମିଳିଛି । ଏହି ଲିରିକାଲ ଭିଡିଓ ସଙ୍ଗକୁ ନିଜେ ଭାଇଜାନ ଫ୍ୟାନ୍ସମାନଙ୍କ ପାଇଁ ସେୟାର କରିଛନ୍ତି । ଗୀତ ‘ରୁଆନ୍ ରୁଆନ୍ ମେରା’ର ଗୀତ ବହୁତ ରୋମାଣ୍ଟିକ୍ ହୋଇଛି । ଯାହା ଦର୍ଶକ ମାନଙ୍କ ହୃଦୟକୁ ବେଶ୍ ଛୁଇଁଛି । ଏହି ଫିଲ୍ମର ଗୀତଗୁଡ଼ିକ ଇରଶାଦ କାମିଲ ଲେଖିଥିବାବେଳେ, ସ୍ୱର ଦେଇଛନ୍ତି ଅରିଜିତ ।

ସେପଟେ ଏହି ଫିଲ୍ମ ଆଡଭାନ୍ସ ବୁକିଂରେ ରେକର୍ଡ ସୃଷ୍ଟି କରୁଛି । ଯାହାକୁ ଦେଖି ଫିଲ୍ମ ନିର୍ମାତା କହୁଛନ୍ତି ଯେ, ଫିଲ୍ମଟି ଭଲ ଆୟ କରିବ । ଫିଲ୍ମଟି ରିଲିଜ୍‌ ହେବା ପୂର୍ବରୁ ରୋଜଗାର କରିସାରିଲାଣି ୬ କୋଟି ୪୮ ଲକ୍ଷ । ଫିଲ୍ମଟିର ଆଡଭାନ୍ସ ବୁକିଂ ଆରମ୍ଭ ହେବା ପରଠୁ ବିକ୍ରି ହୋଇସାରିଲାଣି ୨ ଲକ୍ଷ ୨୭ ହଜାରରୁ ଅଧିକ ଟିକେଟ୍‌ । ମାତ୍ର ୨୪ ଘଣ୍ଟାରେ ବିକ୍ରି ହୋଇଥିଲା ୪୦ ହଜାରରୁ ଅଧିକ ଟିକେଟ୍ । ଯାହା ପୂର୍ବରୁ କେବେ ବି ହୋଇନଥିଲା । ଅନ୍ୟପଟେ ଏହି ଫିଲ୍ମ ନଭେମ୍ବର ୧୨ ରବିବାର ଦିନ ପ୍ରେକ୍ଷାଳୟରେ ରିଲିଜ୍ ହେବ । ଏହା ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ରିଲିଜ୍ ହବ ବୋଲି ସୂଚନା ରହିଛି ।

  • Trending Tag

  • No Trending Add This News
google-add
google-add
google-add

television

google-add

Lifestyle