Sunday, January 19, 2025

Logo
Loading...
google-add

ସୋସିଆଲ ମିଡିଆରେ ପ୍ରଶଂସା ସାଉଣ୍ଟୁଛି ‘ସାମ୍‌ ବାହାଦୂର’

| 11:28 AM, Fri Nov 10, 2023

ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ବଲିଉଡ ଅଭିନେତା ବିକି କୌଶଲଙ୍କ ଫିଲ୍ମ ‘ସାମ୍‌ ବାହାଦୂର’ । ଯାହାକୁ ଦର୍ଶକମାନେ ବହୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ । ନିକଟରେ ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା । ଯାହା ଦର୍ଶକ ମାନଙ୍କ ମନ ଜିଣିଥିଲା । ହେଲେ ବର୍ତ୍ତମାନ ଏହି ଫିଲ୍ମର ମୋଷ୍ଟ ଅପଡେଟେଡ୍‌ ଟ୍ରେଲର ରିଲିଜ ହୋଇଛି ଯାହା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିବା ସହିତ ବଲିଉଡ ଷ୍ଟାରମାନଙ୍କ ହୃଦୟକୁ ମଧ୍ୟ ଛୁଇଁଛି । ନିକଟରେ ଏହି ଫିଲ୍ମର ନିର୍ମାତାମାନେ ସମସ୍ତ ଆକ୍ଟର ଆକ୍ଟ୍ରେସଙ୍କ ରିଭ୍ୟୁର ଏକ ଲିଷ୍ଟ ଇନଷ୍ଟଗ୍ରାମରେ ସେୟାର କରିଛନ୍ତି । ଏହି ଲିଷ୍ଟରେ କିଆରା ଆଡ଼ଭାନୀ,କ୍ରିତି ସାନନ,ଭୂମି ପାଦେନକର, ରାଜକୁମାର ରାଓ ଏବଂ ରାକୁଲ ପ୍ରୀତ ଆଦି ଅନେକ ସେଲିବ୍ରିଟି ସାମିଲ ଅଛନ୍ତି । ଯେଉଁମାନେ ‘ସାମ ବାହାଦୂର’ର ଟ୍ରେଲର ଦେଖି ବିକିଙ୍କର ଖୁବ ପ୍ରଶଂସା କରିଛନ୍ତି ।

ଫିଲ୍ମ ‘ସାମ୍‌ ବାହାଦୂର’ ଟ୍ରେଲର ବିକିଙ୍କର ଏକ ଜବରଦସ୍ତ ଡାଇଲୋଗରୁ ଆରମ୍ଭ ହୋଇଛି । ଏଥିରେ ଦେଖିବାକୁ ମିଳିଛି ଦେଶର ପୂର୍ବ ଅବସ୍ଥା ଓ ଯୁଦ୍ଧ । ଏହାସହ ଫିଲ୍ଡ ମାର୍ଶଲ ସାମ୍‌ ମନେକଶାଙ୍କର ୪୦ ବର୍ଷର ସେନା କ୍ୟାରିୟରକୁ ବହୁତ ସୁନ୍ଦର ଭାବେ ଦେଖିବାକୁ ମିଳିଛି । ଏହି ଚରିତ୍ରକୁ ବିକି କୌଶଲ ନିଖୁଣ ଭାବେ ଚିତ୍ରଣ କରିଛନ୍ତି । ଯାହା ଭିକିଙ୍କ ଫ୍ୟାନ୍ସମାନଙ୍କୁ ବହୁତ ପସନ୍ଦ ଆସିଛି ।ଏଥିରେ ଭିକିଙ୍କ ବ୍ୟତୀତ ଫାତିମା ସାନା ଶେଖ ଏବଂ ସାନିଆ ମାଲହୋତ୍ରାଙ୍କୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି । ଫାତିମା ଭାରତର ପ୍ରଧାନମନ୍ତ୍ରୀ ଇନ୍ଧିରା ଗାନ୍ଧୀଙ୍କ ରୋଲରେ ନଜର ଆସିଛନ୍ତି । ଖବର ମୁତାବକ, ଫିଲ୍ମ ‘ସାମ୍‌ ବାହାଦୂର’ରେ ବିକି କୌଶଲ ଫିଲ୍ଡ ମାର୍ଶଲ ସାମ୍‌ ମନେକଶାଙ୍କ ଚରିତ୍ରରେ ନଜର ଆସିଛନ୍ତି । ଏହା ଫିଲ୍ଡ ମାର୍ଶଲ ସାମ୍‌ ମନେକଶାଙ୍କ ବାୟୋପିକରେ ନିର୍ମିତ ହୋଇଛି । ମେଘନା ଗୁଲଜାନଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମ ଡିସେମ୍ବର ୧ରେ ସିନେମା ହଲ୍‌ରେ ରିଲିଜ୍‌ ହେବାକୁ ଯାଉଛି ।

  • Trending Tag

  • No Trending Add This News
google-add
google-add
google-add

television

google-add

Lifestyle