Sunday, January 19, 2025

Logo
Loading...
google-add

ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଛେଦ; ଇଲାୟାରାଜାଙ୍କ ବାୟୋପିକରେ ନଜର ଆସିବେ ଧନୁଷ

| 11:22 AM, Sat Nov 11, 2023

ଓଡ଼ିଶା 365 (ବ୍ୟୁରୋ): ଚର୍ଚ୍ଚାରେ ସାଉଥ୍ ସୁପରଷ୍ଟାର ଧନୁଷ । ଦୀର୍ଘଦିନ ଧରି ଖ୍ୟାତନାମା ସଂଗୀତଜ୍ଞ ଇଲାୟାରାଜାଙ୍କ ବାୟୋପିକରେ କିଏ ନଜର ଆସିବ ତାକୁ ନେଇ ଅନେକ ଚର୍ଚ୍ଚା ଲାଗିରହିଥିବାବେଳେ ବର୍ତ୍ତମାନ ସେହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି । ବର୍ତ୍ତମାନ ସାଉଥ୍‌ ସୁପରଷ୍ଟାର ଧନୁଷ ଇଲାୟାରାଜାଙ୍କ ବାୟୋପିକରେ ନଜର ଆସିବେ । ଏନେଇ ଆଧିକାରୀକ ଭାବେ ଘୋଷଣା ହୋଇଛି। ଆସନ୍ତା ବର୍ଷ ଏହାର ଶୁଟିଂ ଆରମ୍ଭ ହେବ ବୋଲି ସୂଚନା ରହିଛି । ସେହିଭଳି ୨୦୨୫ରେ ଏହା ବଡ଼ ପରଦାରେ ମୁକ୍ତିଲାଭ କରିବ ।

ଖବର ମୁତାବକ, ଇଲାୟାରାଜା ହେଉଛନ୍ତି ଲୋକପ୍ରିୟ ସଂଗୀତଜ୍ଞ, ଗୀତିକାର ଏବଂ ଗାୟିକା। ସେ ନିଜର ସ୍ବରର ଯାଦୁରେ ସଂଗୀତ ଜଗତରେ ସ୍ବତନ୍ତ୍ର ଛାପ ଛାଡ଼ିଛନ୍ତି। ବିଶେଷକରି ଦକ୍ଷିଣ ଭାରତୀୟ ସିନେମାରେ ତାଙ୍କର ଦବଦବା ରହିଛି। ସେ ନିଜର କ୍ୟାରିୟରରେ ୭ହଜାରରୁ ଅଧିକ ଗୀତ ରଚନା କରିଛନ୍ତି। ସଂଗୀତ ପ୍ରତି ତାଙ୍କର ଅବଦାନକୁ ଦୃଷ୍ଟିରେ ରଖି ତାଙ୍କୁ ରାଷ୍ଟ୍ରୀୟ ପୁରସ୍କାର ସମେତ ପଦ୍ମଭୂଷଣ ଏବଂ ପଦ୍ମବିଭୂଷଣ ଆଦିରେ ସମ୍ମାନିତ କରାଯାଇଛି। ଅନ୍ୟପଟେ ସାଉଥ୍ ସୁପରଷ୍ଟାର ଧନୁଷ ହିଁ ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ରହିବେ ବୋଲି ନିର୍ମାତା ଅନୁଭବ କରିଥିଲେ। ସେଥିପାଇଁ କିଛି ଦିନରୁ ତାଙ୍କ ନାମକୁ ନେଇ ଚର୍ଚ୍ଚା ଆଲୋଚନା ହେଉଥିଲା। ଯାହା ବର୍ତ୍ତମାନ ସତ ହୋଇଛି ।

  • Trending Tag

  • No Trending Add This News
google-add
google-add
google-add

television

google-add

Lifestyle