Sunday, January 19, 2025

Logo
Loading...
google-add

ରଶ୍ମିକାଙ୍କ ପରି Deepfake ର ଶିକାର ହେଲେ କ୍ୟାଟ୍ରିନା କୈଫ୍

| 10:13 AM, Wed Nov 08, 2023

ଓଡ଼ିଶା 365 (ବ୍ୟୁରୋ): କିଛିଦିନ ହେବ ସାଉଥ୍ ଅଭିନେତ୍ରୀ ରଶ୍ମିକାଙ୍କ ନକଲି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ରଶ୍ମିକାଙ୍କ ପରି ଅବିକଳ ଦେଖାଯାଉଥିବା ଜଣେ ଯୁବତୀଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା । ଏହି ଭିଡିଓ ମେଡାସ୍‌ ସାହୁ ନାମକ ଜଣେ X ୟୁଜରଙ୍କ ଆକାଉଣ୍ଟରୁ ସେୟାର ହୋଇଛି ।ଏଥିରେ ଜଣେ ମହିଳା ଲିଫ୍ଟରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓକୁ ଏକ ଆପ୍ ସାହାଯ୍ୟରେ ରଶ୍ମିକା ଭଳି କରିବାକୁ ଚେଷ୍ଟା କରାଯାଇଛି । ଯାହାକୁ ୟୁଜର୍ସମାନେ ନିନ୍ଦା କରିବା ସହ, ଭିଡିଓ ଅପଲୋଡ୍ କରିଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସୋସିଆଲ ମିଡିଆରେ ଦାବି କରିଛନ୍ତି ।

ସେପଟେ ଭିଡିଓ ଭାଇରାଲ ହେବାପରେ ଦୁଃଖ ପ୍ରକାଶ କରିଥିଲେ ଅଭିନେତ୍ରୀ ରଶ୍ମିକା ମନ୍ଧାନା, ଏବଂ ଏହାକୁ ରୋକିବାକୁ ସ୍ୱର ଉତ୍ତୋଳନ କରିବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି । ରଶ୍ମିକା ଏକ୍ସରେ ପୋଷ୍ଟ କରି ଲେଖିଥିଲେ ଯେ, ଅନଲାଇନରେ ଭାଇରାଲ୍ ହେଉଥିବା ମୋର ଡିପଫେକ୍ ଭିଡିଓ ବିଷୟରେ ମୋତେ ଆଲୋଚନା କରିବାକୁ ପଡ଼ୁଛି। ଏହା ଅତି ଭୟଙ୍କର ଏବଂ ଲଜ୍ଜ୍ୟାକର କଥା । କେବଳ ମୋ ପାଇଁ ନୁହେଁ, ବରଂ ଏ ସମାଜର ସମସ୍ତଙ୍କ ପାଇଁ ଯେଉଁମାନେ ଆଜି ଏହି ଟେକ୍ନୋଲୋଜୀର ଦୂରୁପଯୋଗର ଭୟଙ୍କର ପରିସ୍ଥିତିରେ ରହୁଛନ୍ତି। ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଥିଲେ ରଶ୍ମିକା। କେବଳ ରଶ୍ମିକା ନୁହଁନ୍ତି ଆହୁରି ଅନେକ ଲୋକ ଏହି Deepfake ଭିଡିଓର ଶିକାର ହୋଇଛନ୍ତି । ଏହାରି ମଧ୍ୟରେ ବଲିଉଡ କ୍ୟୁଇନ୍ କ୍ୟାଟ୍ରିନା କୈଫଙ୍କ ନାଁ ସାମ୍ନାକୁ ଆସିଛି । ରଶ୍ମିକାଙ୍କ ପରି କ୍ୟାଟ୍ରିନା ମଧ୍ୟ ଏହି Deepfake ଭିଡିଓର ଶିକାର ହୋଇଛନ୍ତି ।

ଖବର ଅନୁଯାୟୀ, ଟାଇଗର-୩ ଚଳଚ୍ଚିତ୍ରରେ କ୍ୟାଟ୍ରିନାଙ୍କ ଏକ ଛବିକୁ ବଦଳାଯାଇ ଭିନ୍ନ ରୂପ ଦିଆଯାଇଛି। ସାମାଜିକ ଗଣମାଧ୍ୟମରେ ଏହାକୁ ଦୃଢ଼ ନିନ୍ଦା କରାଯାଇଛି। ସାମାଜିକ ଗଣମାଧ୍ୟମ କମ୍ପାନିଗୁଡ଼ିକ ପାର୍ଇ କେନ୍ଦ୍ର ସରକାର ଯେଉଁ ନିର୍ଦ୍ଦେଶାବଳି ଜାରି କରିଛନ୍ତି ସେଥିରେ ଭୁଲସୂଚନା, ଡି‌ପ୍‌ଫେକ୍‌ସ ଏବଂ ଅନ୍ୟାନ୍ୟ ବିଷୟବସ୍ତୁ ଯାହା ନିୟମ ଉଲ୍ଲଂଘନ କରୁଛି ସେ ସଂପର୍କରେ ରିପୋର୍ଟ କରାଯିବାର ୩୬ ଘଣ୍ଟା ମଧ୍ୟରେ ସେସବୁକୁ ୨୦୨୧ ଆଇଟି ନିୟମ ଅନୁସାରେ ପ୍ରତ୍ୟାହାର କରିନେବାକୁ କୁହାଯାଇଛି। ।

  • Trending Tag

  • No Trending Add This News
google-add
google-add
google-add

television

google-add

Lifestyle