Sunday, January 19, 2025

Logo
Loading...
google-add

କିଲର ଲୁକରେ ନଜର ଆସିଲେ କରୀନା

| 10:52 AM, Thu Nov 09, 2023

ଓଡ଼ିଶା 365 ବ୍ୟୁରୋ): ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ । କିଲର ଲୁକରେ ହାତରେ ବନ୍ଧୁକ ଧରି ନଜର ଆସିଛନ୍ତି କରୀନା । ଖବର ମୁତାବକ,ଅଜୟ ଦେବଗନ, ଦୀପିକା ପାଦୁକୋନ, ଅକ୍ଷୟ କୁମାର ଏବଂ ରଣବୀର ସିଂଙ୍କ ଫିଲ୍ମ ‘ସିଙ୍ଘମ୍‌ ଏଗେନ୍‌’ ଦୀର୍ଘଦିନ ଧରି ଚର୍ଚ୍ଚାରେ ରହିଛି। ଯାହାର ଝଲକ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି । ବଲିଉଡର ସବୁଠାରୁ ବଡ଼ ମଲ୍ଟି ଷ୍ଟାର୍‌ ଫିଲ୍ମ ହେବାକୁ ଯାଉଛି ‘ସିଙ୍ଘମ୍‌ ଏଗେନ୍‌’ ।

କିଛି ଦିନ ତଳେ ଦୀପିକା ପାଦୁକୋନଙ୍କ ଲେଡି ସିଙ୍ଘମ୍‌ ଲୁକ୍‌ ଭାଇରାଲ ହୋଇଥିବାବେଳେ ବର୍ତ୍ତମାନ ଫିଲ୍ମ ନିର୍ମାତା କରୀନାଙ୍କ ଲୁକ୍‌ ମଧ୍ୟ ରିଲିଜ କରିଛନ୍ତି।ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଅନ୍ୟପଟେ କରୀନା ମଧ୍ୟ ନିଜେ ତାଙ୍କ ଇନଷ୍ଟାଗ୍ରାମରେ ନିଜ ଲୁକ୍‌ର ଝଲକ ଶେୟାର କରିଛନ୍ତି। ଯେଉଁଥିରେ କରୀନାଙ୍କ ମୁହଁରେ ଆଘାତ ଲାଗିଥିବା ଚିହ୍ନ ଏବଂ ହାତରେ ବନ୍ଧୁକ ଥିବା ଦେଖିବାକୁ ମିଳିଛି। କରୀନାଙ୍କ ଏହି ଲୁକକୁ ମଧ୍ୟ ଫ୍ୟାନ୍ସମାନେ ବହୁତ ପସନ୍ଦ କରିଛନ୍ତି ।

  • Trending Tag

  • No Trending Add This News
google-add
google-add
google-add

television

google-add

Lifestyle