Sunday, January 19, 2025

Logo
Loading...
google-add

ଭାଇଜାନଙ୍କ ଫିଲ୍ମ ଦେଖି ହଲ୍ ଭିତରେ ବାଣ ଫୁଟାଇଲେ ପ୍ରଶଂସକ;କଡା କାର୍ଯ୍ୟାନୁଷ୍ଠାନ ଦାବି

| 17:52 PM, Mon Nov 13, 2023

ଓଡ଼ିଶା 365 (ବ୍ୟୁରୋ): ଗତକାଲି ଦୀପାବଳି ଅବସରରେ ମୁକ୍ତିଲାଭ କରିଛି ବଲିଉଡ ଭାଇଜାନ ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ଅଭିନୀତ ଫିଲ୍ମ ‘ଟାଇଗର-୩’। ଯାହା ବର୍ତ୍ତମାନ ସମସ୍ତଙ୍କ ମନ ଜିଣିବାରେ ଲାଗିପଡିଛି । ମନୀଷ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ପ୍ରଥମ ଶୋ’ରୁ ହିଁ ରେକର୍ଡ କରୁଛି । ହେଲେ ଖବର ମୁତାବକ ଫିଲ୍ମ ରିଲିଜ୍ ଦିନ ପ୍ରଶଂସକମାନେ ମହାରାଷ୍ଟ୍ରର ନାଶିକ ଜିଲାର ମାଲେଗାଓଁର ଏକ ଥିଏଟର ଭିତରେ ବାଣ ଫୁଟାଇବା ଆରମ୍ଭ କରିଥିଲେ। ଲୋକମାନେ ଭୟଭୀତ ହୋଇ ଏଣେ ତେଣେ ଦୌଡବାକୁ ଲାଗିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହେଲେ ବର୍ତ୍ତମାନ ଏଥିରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

ଅନ୍ୟପଟେ, ଫିଲ୍ମର ପ୍ରଥମ ଶୋ’ ଦେଖି ପ୍ରଶଂସକମାନଙ୍କ ଦିଲ୍ ଖୁସ୍ ହୋଇଯାଇଛି । ବହୁମାତ୍ରାରେ ଏହାକୁ ଫ୍ୟାନ୍ସମାନେ ସୋସିଆଲ ମିଡିଆରେ ସେୟାର କରିବା ସହିତ, ଏହା ଏକ ବ୍ଲକବଷ୍ଟର ଫିଲ୍ମ ବୋଲି ଘୋଷଣା କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, “ୱାନୱର୍ଡ ରିଭ୍ୟୁ ଟାଇଗର ୩ ବ୍ଲକବଷ୍ଟର। ଏହା ସହିତ ଫିଲ୍ମକୁ ୫ରୁ ୪ ପଏଣ୍ଟ ଦେଇଛନ୍ତି। ଯାହା ଟାଇଗର ୩ ଟିମ୍ ପାଇଁ ଖୁସି ଖବର । ଏହାସହ ଆଉ ଜଣେ ୟୁଜର ଲେଖିଛନ୍ତି ଯେ, ଟାଇଗର ୩ ରିଭ୍ୟୁ – ‘ଇଣ୍ଟରଭାଲ୍ ବ୍ଲକବଷ୍ଟର, ଅନେକ ଆକ୍ସନ୍, ଅନେକ ଟ୍ୱିଷ୍ଟ୍ ଏବଂ ଟର୍ନ୍, ସରପ୍ରାଇଜ୍, ଦେଶପ୍ରେମୀ, ଇମୋସନ୍, ଭାଇଜାନଙ୍କ ଏବହ ତାଙ୍କ ଅଭିନୟ ମନ କିଣି ନେଉଛି ।

  • Trending Tag

  • No Trending Add This News
google-add
google-add
google-add

television

google-add

Lifestyle